ପ୍ରାୟ ମହିଳା ହର୍ମୋନାଲ୍ ପରିବର୍ତନ ଯୋଗୁ ଅନେକ ସମସ୍ୟାର ସାମ୍ନା କରିଥାନ୍ତି। କିନ୍ତୁ ଜାଣନ୍ତି କି ଏହି କାରଣରୁ ମାଇଗ୍ରେନ୍ ମଧ୍ୟ ବଢିପାରେ। ଡାକ୍ତର କପିଲ ଖଣ୍ଡେଲୱାଲ୍ଙ୍କ ଅନୁସାରେ ମହିଳାଙ୍କଠାରେ ହର୍ମୋନାଲ୍ ପରିବର୍ତନ ମାଇଗ୍ରେନକୁ ବଢାଇପାରେ। ଏହି କାରଣରୁ ମହିଳାମାନଙ୍କୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ। ଡାକ୍ତର କପିଲଙ୍କ ମତରେ, ଜଣେ ନ୍ୟୁରୋଲୋଜିଷ୍ଟ ଭାବେ ପ୍ରାୟତଃ ଲକ୍ଷ୍ୟ କରିଛି ଯେ ମହିଳାଙ୍କଠାରେ ମାଇଗ୍ରେନ୍ ହର୍ମୋନାଲ୍ ପରିବର୍ତନ ଏବଂ ଅତ୍ୟାଧୁନିକ ଜୀବନଶୈଳୀରେ ପରିବର୍ତନ ଭିତରେ ତାଳମେଳ ନ ବସିବା ଯୋଗୁ ହୋଇଥାଏ।
ପିରିୟଡ୍ସ, ଗର୍ଭାବସ୍ଥା ଓ ପେରିମେନୋପଜାଲ୍ ସମୟରେ ଏଷ୍ଟ୍ରୋଜେନ୍ ହର୍ମୋନ୍ ସ୍ତରରେ ଉତ୍ଥାନ-ପତନ ଯୋଗୁ ମାଇଗ୍ରେନ୍ ହେବାର ଆଶଙ୍କା ବଢିଥାଏ। ସେହିପରି ଦୀର୍ଘ ସମୟ ସ୍କ୍ରିନ ରହିବା, ନିଦରେ ଅନିୟମିତତା, ଖାଦ୍ୟ ନ ଖାଇବା, ଜଳ ଶୁଷ୍କତା ଓ କର୍ମକ୍ଷେତ୍ରରେ ଚିନ୍ତା ଆଦି କାରଣ ମାଇଗ୍ରେନ୍ ସମସ୍ୟାକୁ ବଢାଇବାରେ ସହଯୋଗ କରିଥାଏ। ଆଜିକାଲି ଅଧିକାଂଶ ମହିଳାଙ୍କ ସମସ୍ୟା ପେସାଦାର ଦୁନିଆ ସହ ଜଡିତ ରହିବା ଯେପରିକି ଡିଜିଟାଲ୍ ଡିଭାଇସ୍ରେ ଅଧିକ ସମୟ ବିତାଇବା ଦ୍ୱାରା ଏହା ଟ୍ରିଗର୍ ହେବା ସାଧାରଣ ସମସ୍ୟା ହୋଇପଡିଲାଣି। ଡାକ୍ତରଙ୍କ ମତରେ ମାଇଗ୍ରେନ୍ ମୁଖ୍ୟତଃ ହର୍ମୋନ୍ ଓ ଜୀବନଶୈଳୀଜନିତ ଫ୍ୟାକ୍ଟରସ୍ ମଧ୍ୟରେ ଥିବା ପାରସ୍ପରିକ କ୍ରିୟାକୁ ଦର୍ଶାଇଥାଏ। ତେଣୁ ନିୟମିତ ଜୀବନର ଅଭ୍ୟାସକୁ ନିୟନ୍ତ୍ରଣ କରିବା ମେଡିକାଲ ଚିକିତ୍ସା ପରି ଜରୁରି। ଆରମ୍ଭରୁ ଲକ୍ଷଣକୁ ଚିହ୍ନଟ କରିବା ଜରୁରି।
ନିୟମିତ ନିଦ ଓ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସେହିପରି ସ୍କ୍ରିନ୍ ସମୟ ଓ ଚିନ୍ତାକୁ ନିୟନ୍ତ୍ରଣ କରିବା ଦ୍ୱାରା ମାଇଗ୍ରେନ୍ର ସମସ୍ୟାକୁ ବହୁ ମାତ୍ରାରେ ନିୟନ୍ତ୍ରିତ କରିପାରିବ। ଚିହ୍ନଟ ସହ ଡାକ୍ତର ପରାମର୍ଶ ନେବା ଆବଶ୍ୟକ। ନ୍ୟାସ୍ନାଲ ଲାଇବ୍ରେରୀ ଅଫ୍ ମେଡିସିନର ଗବେଷଣା ଅନୁସାରେ ମାଇଗ୍ରେନ୍ ପ୍ରାୟତଃ ପିରିୟଡ୍ସ, ଗର୍ଭଧାରଣ ଓ ମେନୋପଜ୍ ସମୟରେ ଏଷ୍ଟ୍ରୋଜେନ୍ ସ୍ତର ଉତ୍ଥାନ୍-ପତନ ଦ୍ୱାରା ପ୍ରଭାବିତ ହୁଏ। ଡାକ୍ତରଙ୍କ ମତାନୁସାରେ ମାଇଗ୍ରେନ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ଜୀବନଶୈଳୀରେ ସୁଧାର ଆଣିବା ଜରୁରୀ।