ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ପୁଣି ମୁଲତବୀ ହେଲା ଗୃହ …

ଭୁବନେଶ୍ୱର : ପୁଣି ମୁଲତବୀ ହେଲା ଗୃହ। ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ  ଘୋଷଣା କରିଛନ୍ତି। ସୂଚନା କ୍ରମେ ବିଧାନସଭାରେ ଆଜି ବଜେଟ୍‌‌ ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହୋହଲ୍ଲା ସହ ନାରାବାଜି ଦେଖା ଯାଇଥିଲା। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ମଧ୍ୟ ଭାଗରେ ଆସି କଂଗ୍ରେସ ଓ ବିଜେପିଙ୍କ ହଟ୍ଟଗୋଳ ନଜର ଆସିଛି। ଫଳରେ ଗୃହକାର୍ଯ୍ୟ ସୁଚାରୁରୂପେ ହୋଇ ପାରି ନାହିଁ ନଥିଲା। ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ।