ଶେଷଦିନରେ ବିପୁଳ ବିସ୍ଫୋରକ, ମାଓ ସାମାଗ୍ରୀ ଜବତ
ରାୟଗଡା ପୁଲିସର ଡିଭିଏଫ୍ ସୁରକ୍ଷାକର୍ମୀଙ୍କ ଦ୍ୱାରା ବିପୁଳ ପରିମାଣରେ ….
ରାୟଗଡା: ରାୟଗଡା ପୁଲିସର ଡିଭିଏଫ୍ ସୁରକ୍ଷାକର୍ମୀଙ୍କ ଦ୍ୱାରା ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ବ୍ୟବହୃତ ସାମଗ୍ରୀ ବିଭିନ୍ନ ଜଙ୍ଗଲରୁ ଜବତ କରାଯାଇଥିବା ନେଇ ଆଜି ରାୟଗଡା ଆରକ୍ଷୀ ଅଧୀକ୍ଷକ ସ୍ୱାଥୀ ଏସ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।
ସ୍ଥାନୀୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସ୍ପି ସୂଚନା ଦେଇ କହିଛନ୍ତି ଗତ ଫେବ୍ରୁଆରି ମାସରେ ନିଖିଲ ଇନ୍ଦୁଙ୍କୁ ସମେତ ୧୫ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।
ପରେ ସୁରକ୍ଷାକର୍ମୀ ରାୟଗଡା କନ୍ଧମାଳ ସୀମାନ ଅଂଚଳରେ ରହିଥିବା ମୁନିଗୁଡା ଓ ଆମ୍ବଦଳା ଥାନା ଅନ୍ତର୍ଗତ ପାଜିଗାରେଗା ଗ୍ରାମ ନିକଟସ୍ଥ ଜଙ୍ଗଲ, ଆମ୍ବ୍ରିଖୋଲ ଗ୍ରାମ ଓ ପତ୍ରାଣୀ ଗ୍ରାମର ଜଙ୍ଗଲରେ ଏହି ବିପୁଳ ବିସ୍ଫୋଟକ ଓ ସାମଗ୍ରୀ ଜବତ ହୋଇଥିଲା। ଡିଭିଏଫ ଦ୍ୱାରା ଜବତ ହୋଇଥିବା ବିସ୍ଫୋଟକ ମଧ୍ୟରେ ୪୧୫ ଡିଟୋନେଟର, ୮ ବଣ୍ଡଲ କୋର୍ଡେକ୍ସ, ୩ଟି ବ୍ୟାଗରେ ୨୯କେଜି ଉଚ୍ଚ ବିସ୍ଫୋରକ ସମାଗ୍ରୀ, ୨ଟି ସିଙ୍ଗଲ ସଟ ଗନ୍, ଗୋଟିଏ ବିଜିଏଲ ବନ୍ଧୁକ, ଗୋଟିଏ ଲ୍ୟାପଟପ, ଚାର୍ଜର, ୨ଟି ଇଲେକ୍ଟ୍ରିକ୍ ୱାଇର ବଣ୍ଡଲ, ନାଲି କପଡା, ପ୍ଲାଷ୍ଟିକ କଂଟେନର ରହିଛି।
ରାୟଗଡା ଜିଲ୍ଲା ମାଓ ମୁକ୍ତ ହେଲା ବୋଲି ଆମେ କହିପାରିବା କି ବୋଲି ଗଣମାଧ୍ୟମର ପ୍ରଶ୍ନରେ ରାୟଗଡା ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି କିଛି ନାହିଁ,ଏନେଇ ଏଡିଜି ନକ୍ସଲ ନିକଟରେ ସୂଚନା ଦେଇ କହିଛନ୍ତି ଆଉ ହାତଗଣତି ସଂଖ୍ୟାରେ ନକ୍ସଲ ଅଛନ୍ତି। କାଶିପୁର ବ୍ଲକର ସର୍ବେଶ ମାଝି ଓରଫ ମଙ୍ଗୁର ସ୍ଥିତିକୁ ନେଇ ପଚାରିବାରୁ ବର୍ତମାନ କନ୍ଧମାଳ ଗଞାମ ସୀମାନ୍ତ ଅଂଚଳରେ ଗତିବିଧି ରହିଥିବା ଏସ୍ପି ସ୍ୱାଥୀ ଏସ କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।