ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ତାପମାତ୍ରା ଟପିଛି । ପୁରୀରେ ସର୍ବାଧିକ ୩୪.୪, ବାଲେଶ୍ୱରରେ ୩୩ ଡିଗ୍ରୀ, ଚାନ୍ଦବାଲିରେ ୩୨.୮, ଭୁବନେଶ୍ୱରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଗୋପାଳପୁର ଓ ପାରଦୀପରେ ତାପମାତ୍ରା ୩୧.୮ ଡିଗ୍ରୀ ରହିଛି । ରାଜ୍ୟରେ ଆର୍ଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।