ଭୁବନେଶ୍ୱର(ଏସ୍ ନ୍ୟୁଜ ): ରାଜ୍ୟ ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେ ଆଇଏଏସ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ । ରାଜ୍ୟରେ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନିତୀ ଅଭିଯୋଗରେ ପକ୍ଷ ରଖିବାକୁ ତତ୍କାଳୀନ କୋଭିଡ଼୍ ସାମଗ୍ରୀ କ୍ରୟ କମିଟି ମୁଖ୍ୟ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀଙ୍କୁ ନୋଟିସ୍ ଦିଆଯାଇଥିଲା ।

ଲୋକାୟୁକ୍ତ ଠାରେ ହଜାର ହୋଇ ଫେରିବା ପରେ ଆଇଏଏସ ହେମନ୍ତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି । ଯାହା କହିବା କଥା ମୁଁ ଲୋକାୟୁକ୍ତଙ୍କୁ କହିଛି ବୋଲି ସେ କହିଛନ୍ତି। ଭିତରେ ସେ କଣ ପକ୍ଷ ରଖିଥିଲେ ସେ ନେଇ ବାହାରେ ମୁହଁ ଖୋଲିଲେ ଲୋକାୟୁକ୍ତଙ୍କ ଅବମାନନା ହେବ ବୋଲି ଜଣାଇଛନ୍ତି । ଅନ୍ୟପଟେ ଯାମିନୀ ଷଡଙ୍ଗୀ ମଧ୍ୟ ଏହି ପ୍ରସଙ୍ଗରେ କିଛି ବି ପ୍ରତିକ୍ରିୟା ରଖିନାହାନ୍ତି ।
ରାଜ୍ୟ କଂଗ୍ରେସ ଓ ଓଡିଶା ବିକାଶ ପରିଷଦ ତରଫରୁ ରାଜ୍ୟରୋ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଅଗଷ୍ଟ ୭ରେ ହୋଇଥିବା ଶୁଣାଣିରେ ହେମନ୍ତ ପକ୍ଷ ରଖିନଥିଲେ । ଅନ୍ୟ ପକ୍ଷଭୁକ୍ତ ମଧ୍ୟ ଉତ୍ତର ନଦେବାରୁ ଅସନ୍ତୁଷ୍ଟ ହୋଇଥିଲେ ଲୋକାୟୁକ୍ତ । ଏନେଇ ସେପ୍ଟେମ୍ବର ୧୪ରେ ସମସ୍ତ ପକ୍ଷଭୁକ୍ତଙ୍କୁ ଉତ୍ତର ରଖିବାକୁ ଲୋକାୟୁକ୍ତ କହିଥିଲେ ।