ରାଜ୍ୟର ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ କାର୍ଯ୍ୟକାରିତା କର୍ମଶାଳା

ରାଜ୍ୟରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ ପ୍ରଚଳନପାଇଁ ଆରମ୍ଭ ହୋଇଥିବା ତିନିଦିନିଆ ଜାତୀୟ କର୍ମଶାଳାର ଦ୍ଵିତୀୟ ଦିବସରେ ଆଜି   ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେଦଶଟି ବୌଦ୍ଧିକ ଦଳ ଗଠନ କରାଯାଇ ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କ ମତଗ୍ରହଣ କରାଯାଇଥିଲା । ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନୀ ପ୍ରତ୍ଯେକ ଦଳ ଯଥା : – ପ୍ରାରମ୍ଭ ଏବଂ ପ୍ରସ୍ତୁତି ପର୍ଯ୍ୟାୟ , ମଧ୍ୟ ଏବଂ ମାଧ୍ଯମିକ ପର୍ଯ୍ୟାୟ , ମାଧ୍ଯମିକ ପର୍ଯ୍ୟାୟ ,ମୂଲ୍ୟାୟନ ଏବଂ ପରୀକ୍ଷା ସଂସ୍କାର , ଶିକ୍ଷକ ଶିକ୍ଷା ଏବଂ ଶିକ୍ଷକଙ୍କ ବୃତ୍ତିଗତ ବିକାଶ , ଦକ୍ଷତା ଶିକ୍ଷା , ପ୍ରଯୁକ୍ତି ବିଦ୍ୟା ଏବଂ ଡିଜିଟାଲ ଶିକ୍ଷା, ବିଦ୍ୟାଳୟ ପରିଚାଳନା ଏବଂ ସଂସ୍କୃତି , ଭିତ୍ତିଭୂମି ପର୍ଯ୍ୟାୟ ଏବଂ ବିଦ୍ୟାଳୟ ଶିକ୍ଷା ପାଇଁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଆଦିକୁ ଦିଗଦର୍ଶନ ଦେବାସହ ନିର୍ଦ୍ଧିଷ୍ଟ ସମୟ – ସୀମା ମଧ୍ୟରେ କାର୍ଯ୍ୟ ସାରିବାକୁ ନିବେଦନ କରିଥିଲେ । ଏଥିରେ ଅଜିମ ପ୍ରେମଜୀ ସଙ୍ଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅନୁରାଗ ବେହାର ,ଏନସିଇଆରଟିର  ପ୍ରଫେସର  ଅମରେନ୍ଦ୍ର ପ୍ରସାଦ ବେହେରା ,ପ୍ରଫେସର ରଞ୍ଜନା ଅରୋରା, ପ୍ରଫେସର ଶଙ୍କର ମାରୱାଡା,ପ୍ରଫେସର ଶଶିକଳା ୱାଞ୍ଜେରୀ ଓ ପ୍ରଫେସର ପଙ୍କଜ ଅରୋରା ପ୍ରମୁଖଙ୍କ ସମେତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ ଦିଗଦର୍ଶନ ଦେଇଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଶାଳିନୀ ପଣ୍ଡିତ ପ୍ରତ୍ଯେକ ସମୂହରେଯୋଗଦେଇ ଶିକ୍ଷାବିତ ମାନଙ୍କଠାରୁ  ମତାମତ ସଂଗ୍ରହ ସହ ଆଲୋଚନା କରିଥିଲେ । ଦେଶର ଓ ରାଜ୍ୟର ପ୍ରମୁଖ ଶିକ୍ଷାବିତଙ୍କ ପରାମର୍ଶ ଅନୁଯାୟୀ ରାଜ୍ୟ ପାଠ୍ୟକ୍ରମ ଆଧାରର ରୂପରେଖା ଓ କାର୍ଯ୍ଯନ୍ବୟନ କରାଯିବ । ଏହି କାର୍ମଶାଳା ଆସନ୍ତାକାଲି ଉଦଯାପିତହେବାର କାର୍ଯ୍ୟକ୍ରମ ରହିଛି ।