ବିବାଦରେ ‘ମିଷ୍ଟର କହ୍ନେୟା’

କଟକ : ଓଡିଆ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’କୁ ନେଇ ବିବାଦ ଥମିବାର ନାଁ ନେଉନି । ଚଳଚ୍ଚିତ୍ରର ଏକ ଗୀତରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି । ଏହା ବିରୋଧରେ ମାମଲା ଯାଇ କୋର୍ଟରେ ପହଁଚିଛି । ଏହା ଭିତରେ ପ୍ରିମିୟର ସୋ’କୁ ଆସି ଅଭିନେତା ପପୁ ହଟ୍ଟହଟ୍ଟା ହୋଇଛନ୍ତି । ବିବାଦୀୟ ଗୀତଟିକୁ ଚଳଚ୍ଚିତ୍ରରୁ ବାଦ ଦେବାକୁ ଦାବି ହୋଇଛି । ସୂଚନାଯୋଗ୍ୟ, ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା । ବିବାଦୀୟ ପୋଷ୍ଟର ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଭୁବନେଶ୍ୱର ମହିଳା ଥାନା ସମେତ ମହିଳା କମିଶନରେ ଅଭଯୋଗ କରିଥିଲେ । ସେହିପରି ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟରକୁ ତୀବ୍ର ନିନ୍ଦା କରିଥିଲେ । ପୋଷ୍ଟରରେ ମହିଳାଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା ।

ସେହିପରି ‘ମିଷ୍ଟର କହ୍ନେୟା’ର ପ୍ରଯୋଜନା ସଂସ୍ଥା ସାର୍ଥକ ମୁଜିକ ପକ୍ଷରୁ ଏଭଳି କୌଣସି ପୋଷ୍ଟର କରାଯାଇନଥିବା ଏଥିରେ କୁହାଯାଇଥିଲା । ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ୍‌ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ ବୋଲି କୁହାଯାଇଥିଲା । ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ସଫେଇ ଦିଆଯାଇଥିଲା । ଏପରିକି ଫିଲ୍ମର ମୁଖ୍ୟ ଚରିତ୍ର ଭିତରେ ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ତେଣୁ ଭାଇରାଲ ହେଉଥିବା ପୋଷ୍ଟରକୁ ଧ୍ୟାନ ନଦେବା ପାଇଁ ଅପିଲ କରିଥିଲା ପ୍ରଯୋଜନା ସଂସ୍ଥା