ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୫୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୩୭ ଓ ସ୍ଥାନୀୟ ସଂକ୍ରମିତ ୨୪୫ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୮୩ ଜଣ ରହିଛନ୍ତି । ରାଜ୍ୟର ବାଲେଶ୍ୱର ଜିଲାରେ ୧୯, ବରଗଡ ୨, ଭଦ୍ରକ ୩, ବଲାଙ୍ଗିର ୩, କଟକ ୪୬ ଓ ଦେବଗଡରୁ ୨ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଜିଲାରେ ୨, ଗଜପତି ୫, ଗଞ୍ଜାମ ୪, କନ୍ଧମାଳ ୨, କେନ୍ଦ୍ରାପଡା ୧୧, କେନ୍ଦୁଝରରୁ ୫ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୮୨, କୋରାପୁଟ ୧, ମୟୁରଭଞ୍ଜ ୨୨, ନବରଙ୍ଗପୁର ୧, ନୟାଗଡରୁ ୫ ଚିହ୍ନଟ ହୋଇଛନ୍ତି । ସେହିଭଳି ପୁରୀରେ ୨୧, ସମ୍ବଲପୁର ୨୧, ସୋନପୁର ୧, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୬୬ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦିନକରେ ୪୨୯ ଜଣ ସୁସ୍ଥ ହୋଇଛନ୍ତି ।