ପୂର୍ବରୁ ପଂଚାୟତ ନିର୍ବାଚନରେଓବିସିଙ୍କ ପାଇଁ ୨୭% ସଂରକ୍ଷଣ ଥିଲାବେଳେ ଓଡିଶାବାସୀଙ୍କୁଭୂଆଁବୁଲାଇବା ବନ୍ଦ କରୁବିଜେଡି- ପିତାମ୍ବର ଆଚାର୍ଯ୍ୟ
•ଓବିସିଙ୍କ ପାଇଁ ନିର୍ବାଚନରେ ୨୭ପ୍ରତିଶତସରକ୍ଷଣକୁ ଆଇନରେ ପରିଣତକରିବାକୁ ଦାବୀ
•୨୦୧୨ ପଂଚାୟତ ନିର୍ବାଚନରେଓଡିଶା ଆଇନରେ ୨୭ ପ୍ରତିଶତସଂରକ୍ଷଣବ୍ୟବସ୍ଥାରହିଥିଲା
•ରାଜ୍ୟସରକାରଙ୍କ ଅପାରଗତା, ସମ୍ବେଦନହୀନତାକାରଣରୁଏହାକୁରକ୍ଷାକରାଗଲା ନାହିଁ
ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପୂର୍ବରୁରାଜ୍ୟରେ ପଂଚାୟତଏବଂପୌର ନିର୍ବାଚନରେ ଓବିସି ଏବଂ ଏସଇବିିସିବର୍ଗଙ୍କ ପାଇଁ ୨୭ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଥିଲାବେଳେ ରାଜ୍ୟସରକାର ନିଜ ଅପାରଗତା କାରଣରୁଏହାକୁ ରକ୍ଷା କରିପାରିଲେ ନାହିଁ । କିନ୍ତୁ ବିଜେଡିଏବେ ପଂଚାୟତ ନିର୍ବାଚନ ଏବଂ ପରବର୍ତୀ ନିର୍ବାଚନରେ ୨୭ ପ୍ରତିଶତଏହିବର୍ଗଙ୍କୁ ପ୍ରାର୍ଥୀ ଦେବାର କହି ମିଛ ବାହାସ୍ପୋଟମାରି ଓଡିଶାବାସୀଙ୍କୁ ଯେଉଁ ଭୂଆଁ ବୁଲାଉଛନ୍ତି ତାହାକୁ ବନ୍ଦ କରିବାକୁ ସାମ୍ବାଦିକ ସମ୍ମିଳନୀରେ କଡାଶବ୍ଦରେ ଆହ୍ୱାନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ।
ବିଜେଡିସରକାରଓବିସିମାନଙ୍କସ୍ୱାର୍ଥରକ୍ଷାକରିବାରେଚରମବିଫଳହୋଇଛି । ତେଣୁଓବିସିଙ୍କ ପାଇଁନିର୍ବାଚନରେ ୨୭ପ୍ରତିଶତସରକ୍ଷଣକୁ ଆଇନରେ ପରିିଣତକରିବା ପାଇଁବିଜେପି ପକ୍ଷରୁ ଆହ୍ୱାନ କରାଯାଇଛି ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଓଡିଶାରେପଂଚାୟତ ନିର୍ବାଚନରେ ଆର୍ଥିକ ଅନଗ୍ରସର ଶ୍ରେଣୀଭୃକ୍ତ ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତସଂରକ୍ଷଣ କିଛି ନୂଆ କଥା ନୁହେଁ । ପୂର୍ବରୁ ଓଡିଶାରଲୋକାଲବଡିନିର୍ବାଚନ ଆଇନରେଓଡିଶାର ଆଇନରେଏହି ୨୭ ପ୍ରତିଶତସଂରକ୍ଷଣରବ୍ୟବସ୍ଥାରହିଥିଲା । ୨୦୧୨ରେ ପଂଚାୟତ ନିର୍ବାଚନରେଓଡିଶା ଆଇନରେ ୨୭ ପ୍ରତିଶତସଂରକ୍ଷଣବ୍ୟବସ୍ଥାରହିଥିଲା । ମାତ୍ରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପାରଗତା, ସମ୍ବେଦନହୀନତାକାରଣରୁଏହାକୁରକ୍ଷାକରାଗଲା ନାହିଁ ।
ଲୋକାଲବଡି ତଥା ପଂଚାୟତ, ପୌର ନିର୍ବାଚନ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁଓଡିଶାରେଓବିସି ଓ ଏସଇବିସିଙ୍କ ପାଇଁ ୨୭ ପ୍ରତିଶତସଂରକ୍ଷଣର ପ୍ରାବଧାନ ଥିଲା । ୨୦୧୭ ମସିହାରେଜିଲ୍ଳା ପରିଷଦ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁସ୍ଥାନସଂରକ୍ଷଣନେଇଜଣେସୁବାଷଚନ୍ଦ୍ରବିଶ୍ୱାଳଙ୍କ ଦ୍ୱାରାଓଡ଼ିଶାହାଇକୋର୍ଟରେ ଏକ ମାମଲାରୁଜୁହୋଇଥିଲା । ଜିଲ୍ଲା ପରିଷଦ ନିର୍ବାଚନରେଓବିସିବର୍ଗ ପାଇଁସଂରକ୍ଷଣରଖାଯାଇପାରିବ ନା ନାହିଁ ଥିଲାଏହାରବିଷୟବସ୍ତୁ । ଓଡିଶାସରକାରସେସମୟରେ ଯୁକ୍ତିଯୁକ୍ତବିଷୟଉପସ୍ଥାପନ କରିପାରିଲେ ନାହିଁ । ସବୁ କଥା କୋର୍ଟଉପରେଛାଡିଦେଇ ଓଡିଶାସରକାରଏହିମାମଲାରେବିଫଳହେଲେ ।
ତେଣୁବିଜେଡି ଦଳ ପଂଚାୟତ ନିର୍ବାଚନ ଏବଂ ପରବର୍ତୀ ନିର୍ବାଚନରେ ୨୭ ପ୍ରତିଶତ ପଛୁଆବର୍ଗଙ୍କୁ ପ୍ରାର୍ଥୀ ଦେବାକହିଓଡ଼ିଶାବାସୀଙ୍କୁଭୁଆଁବୁଲାଇବା ବନ୍ଦକରନ୍ତୁ । ନିଜେମିଛକହି ଆମେ ଅନ୍ୟ ରାଜନୈତିକ ଦଳ ମାନଙ୍କୁ ୨୭ ପ୍ରତିଶତ ଆହ୍ୱାନ କରିବାବିଜେଡିରସଠତାପୂର୍ଣ୍ଣବିଚାରଧାରା ।ତେବେ ନିଜ ଦଳରେ ୨୭ ପ୍ରତିଶତଓବିସି ଓ ଏସଇବିସିଙ୍କୁ ନିର୍ବାଚନରେସଂରକ୍ଷଣ ଦେଲେଏହାକିପରିସ୍ୱାର୍ଥରକ୍ଷାହେବବୋଲିସେ ପ୍ରଶ୍ନକରିଛନ୍ତି ।