ଭୁବନେଶ୍ୱର : ଅସହ୍ୟ ଖରା ଓ ଗୁଳୁଗୁଳିକୁ ନେଇ ସତର୍କ କଲେ ଏସଆରସି । ବିଶେଷ କରି ପଶ୍ଚିମ ଓଡିଶା ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଚେତାବନୀ ଦିଆଯାଇଛି । ଆଜି ସକାଳ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ପାର୍ କରିଛି । ୪୨.୮ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।
ସମ୍ବଲପୁରରେ ୪୨.୨, ହୀରାକୁଦରେ ତାପମାତ୍ରା ୪୨ ଡିଗ୍ରୀ , ରାଉରକେଲାରେ ୪୦.୮, କେନ୍ଦୁଝରରେ ୪୦.୫ ଓ ଭୁବନେଶ୍ଵରରେ ୩୮.୮ଡିଗ୍ରୀ ରେକର୍ଡ ହୋଇଛି। ପଶ୍ଚିମାଞ୍ଚଳରେ ଟାଣଖରା ଯୋଗୁଁ ବାହାରକୁ ବାହାରି ହେଉନାହିଁ।