ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ, ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ଓଭାଲ: ଓଭାଲରେ ଆଜି ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଟସ୍ ହାରିବା ସହ ପ୍ରଥମ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।। ଅଧିନାୟକ ବିରାଟ କୋହଲି ଚତୁର୍ଥ ଟେଷ୍ଟ ପାଇଁ ଦଳରେ ଦୁଇଟି ପରିବର୍ତ୍ତନ କରିଛନ୍ତି । ଇଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ବ୍ୟାଟିଂ ଲାଇନଅପରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପୁଣିଥରେ ଆଜିଙ୍କ୍ୟ ରାହେଣଙ୍କ ଉପରେ ଭରସା କରିଛି ଟିମ୍ ମ୍ୟାନେଜମେଣ୍ଟ । ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅଭିଜ୍ଞ ବ୍ୟାଟସମ୍ୟାନଙ୍କ ଉପରେ ଭରସା କରିଛି ଦଳ ।