ଅନ୍ତର୍ଜାତୀୟ ପରିବାର ନିୟୋଜନ ସମ୍ମିଳନୀରେ ପରିବାର ନିୟୋଜନ ନେତୃତ୍ବରେ ଉତ୍କୃଷ୍ଟତା (ଇଏକ୍ସସିଇଏଲ୍ଏଲ୍) ପୁରସ୍କାର ୨୦୨୨ ଜିତିଲା ଭାରତ
ଏହାର ଅନ୍ତରାଳରେ ଅପୂରଣୀୟ ଆବଶ୍ୟକତା ହ୍ରାସ ହୋଇ ୧୦ ପ୍ରତିଶତରୁ ମଧ୍ୟ କମ୍ ହୋଇ ଯାଇଛି….
ଭୁବେନେଶ୍ଵର ପିଆଇବି : ଆଧୁନିକ ପରିବାର ନିୟୋଜନ ଉପାୟ ପ୍ରସାରରେ ସୁଧାର ଆଣିବା ପାଇଁ ଦେଶର ପ୍ରଚେଷ୍ଟାରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ପ୍ରଗତି ଏବଂ ମାନ୍ୟତା ଭାବରେ ଭାରତ ହିଁ ଏକମାତ୍ର ଦେଶ ଭାବେ ଥାଇଲାଣ୍ଡର ପଟାୟା ସହରରେ ଆୟୋଜିତ ଅନ୍ତର୍ଜାତୀୟ ପରିବାର ନିୟୋଜନ ସମ୍ମିଳନୀରେ ‘କଣ୍ଟ୍ରି’ ଶ୍ରେଣୀରେ ପରିବାର ନିୟୋଜନ ନେତୃତ୍ବରେ ଉତ୍କୃଷ୍ଟତା (ଇଏକ୍ସସିଇଏଲ୍ଏଲ୍) ପୁରସ୍କାର – ୨୦୨୨ ହାସଲ କରିଛି।
ପରିବାର ନିୟୋଜନରେ ସୁଧାର ପାଇଁ ଭାରତର ଉଲ୍ଲେଖନୀୟ ପ୍ରଚେଷ୍ଟାକୁ ପ୍ରଶଂସା କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭିୟ ନିଜର ସନ୍ତୋଷ ପ୍ରକାଶ କରି ଟ୍ବିଟ୍ ମାଧ୍ୟମରେ କହଛନ୍ତି :
ଭାରତ @ICFP2022 ଦ୍ବାରା ପ୍ରତିଷ୍ଠିତ ଇଏକ୍ସସିଇଏଲ୍ଏଲ୍ ପୁରସ୍କାର – ପରିବାର ନିୟୋଜନରେ ନେତୃତ୍ବ ହାସଲ କରିଛି। ଏହି ପୁରସ୍କାର ସଠିକ୍ ସୂଚନା ଏବଂ ବିଶ୍ବସନୀୟ ସେବା ଉପରେ ଆଧାରିତ ଗୁଣବତ୍ତାପୂର୍ଣ୍ଣ ପରିବାର ନିୟୋଜନ ବିକଳ୍ପ ପର୍ଯ୍ୟନ୍ତ ପହଞ୍ଚକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜିଙ୍କ ନେତୃତ୍ବରେ ଭାରତର ପ୍ରଚେଷ୍ଟାକୁ ମାନ୍ୟତା ପ୍ରଦାନ କରିଥାଏ।
ଭାରତ କେବଳ ପହଞ୍ଚକୁ ଉନ୍ନତ କରି ନାହିଁ ବରଂ ଆଧୁନିକ ଗର୍ଭନିରୋଧକ ପ୍ରଣାଳୀକୁ ଗ୍ରହଣ କରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିଛି, ଯଦ୍ଦ୍ବାରା ଦମ୍ପତ୍ତିଙ୍କୁ ପରିବାର ନିୟୋଜନ ବିଷୟରେ ସୂଚୀତ କରାଯାଇଥିବା ବିକଳ୍ପକୁ ଗ୍ରହଣ କରିବା ଦିଗରେ ସହାୟତା ମିଳିଛି। ଏହି ବିଷୟ ରାଷ୍ଟ୍ରୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ-୫) ପରିସଂଖ୍ୟାନରେ ଦେଖା ଯାଇଚି। ଏନଏଫଏଚଏସ-୫ ର ପରିସଂଖ୍ୟାନ ଅନୁସାରେ ଏନଏଫଏଚଏସ-୪ ତୁଳନାରେ ଦେଶରେ ସମଗ୍ର ଗର୍ଭନିରୋଧକ ବ୍ୟାପକତା ହାର (ସିପିଆର) ବୃଦ୍ଧି ହୋଇ ୫୪ ପ୍ରତିଶତରୁ ୬୭ ପ୍ରତିଶତରେ ପହଞ୍ଚି ଯାଇଛି। ସେହିଭଳି, ପରିବାର ନିୟୋଜନର ଅପୂରଣୀୟ ଆବଶ୍ୟକତା ହ୍ରାସ ପାଇଁ ୧୩ ପ୍ରତିଶତରୁ ୯ ପ୍ରତିଶତ ହୋଇଯାଇଛି। ଏହାର ଅନ୍ତରାଳରେ ଅପୂରଣୀୟ ଆବଶ୍ୟକତା ହ୍ରାସ ହୋଇ ୧୦ ପ୍ରତିଶତରୁ ମଧ୍ୟ କମ୍ ହୋଇ ଯାଇଛି।
ଭାରତରେ ଏବେ ନିକଟରେ ୧୫ -୪୯ ବୟସ ବର୍ଗରେ ବର୍ତ୍ତମାନ ବିବାହିତ ମହିଳାମାନଙ୍କର ପରିବାର ନିୟୋଜନ ପାଇଁ ସମୁଦାୟ ‘ଡିମାଣ୍ଡ ସାଟିସଫାଏଡ୍’ ଯାହା ୨୦୧୫ -୧୬ ରେ ୬୬ ପ୍ରତିଶତ ଥିଲା, ତାହା ବୃଦ୍ଧି ପାଇ ୨୦୧୯-୨୧ ରେ ୭୬ ପ୍ରତିଶତ ହୋଇ ଯାଇଛି ଯାହାକି ୨୦୩୦ ର ବିଶ୍ବ ସ୍ତରରେ ନିର୍ଦ୍ଧାରିତ ୭୫ ର ଏସଡିଜି ଲକ୍ଷ୍ୟକୁ ପୂର୍ବରୁ ଅତିକ୍ରମ କରିସାରିଛି। ସରକାରଙ୍କ ଆଧୁନିକ ଗର୍ଭନିରୋଧକ ପର୍ଯ୍ୟନ୍ତ ସହଜ ଏବଂ ସୁଲଭ ପହଞ୍ଚକୁ ଉନ୍ନତ କରିବା ଉପରେ ଏହା ଧ୍ୟାନ ଦେବ ।
ଏହି ତଥ୍ୟରେ ପରିଲକ୍ଷିତ ହୋଇଥାଏ ଯେ ଏନଏଫଏଚଏସ-୫ ର ପରିସଂଖ୍ୟାନ ଅନୁସାରେ, ୬୮ ପ୍ରତିଶତ ଆଧୁନିକ ଗର୍ଭନିରୋଧକ ପ୍ରଣାଳୀ ଗ୍ରହଣ କରୁଥିବା ଏପରି ଉପାୟ ସାର୍ବଜନିକ ସ୍ବାସ୍ଥ୍ୟ କ୍ଷେତ୍ରରୁ ହିଁ ପ୍ରାପ୍ତ କରୁଛନ୍ତି। ପରିବାର ନିୟୋଜନରେ ପୂରଣ ହୋଇନଥିବା ଆବଶ୍ୟକତାକୁ କମ୍ କରିବା ପାଇଁ ସରକାର ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ମିଶନ୍ ପରିବାର ବିକାଶ ମଧ୍ୟ ଏହି ସମଗ୍ର ସୁଧାରରେ ଏକ ଗୁରୁତ୍ବପୂର୍ଣ୍ଣ କାରକ ଅଟେ। ପରିବାର ନିୟୋଜନକୁ ଉନ୍ନତ କରିବା ପାଇଁ ଭାରତର ପ୍ରଚେଷ୍ଟା ମହିଳା ଏବଂ ମାତୃ ସ୍ବାସ୍ଥ୍ୟ ଉପରେ ଏସଡିଜି ଲକ୍ଷ୍ୟକୁ ହାସଲ କରିବାର ଦିଗରେ ଦେଶରେ ହୋଇଥିବା ପ୍ରଗତିକୁ ଦର୍ଶାଇଥାଏ।
ଆନ୍ତର୍ଜାତୀୟ ପରିବାର ନିୟୋଜନ ସମ୍ମେଳନ (ଆଇସିଏଫପି) ବିଶ୍ବ ପ୍ରଜନନ ସ୍ବାସ୍ଥ୍ୟ ସମୁଦାୟ ପାଇଁ କୌଶଳଗତ ପଏଣ୍ଟ ଭାବରେ କାର୍ଯ୍ୟ କରୁଛି, ଯାହା ବିଶ୍ବ ସ୍ତରରେ ୧୨୦ ରୁ ଅଧିକ ଦେଶ, ସଙ୍ଗଠନ ଏବଂ ବ୍ୟକ୍ତିମାନଙ୍କୁ ବିଶ୍ବ ମଞ୍ଚ ପ୍ରଦାନ କରୁଛି, ଯଦ୍ବାରା ପରିବାର ନିୟୋଜନ ଏବଂ ପ୍ରଜନନ ସ୍ବାସ୍ଥ୍ୟ ଉପରେ ବିଶ୍ବର ସବୁଠାରୁ ବଡ଼ ବୈଜ୍ଞାନିକ ସମ୍ମିଳନୀ ଭାବରେ ମହତ୍ତ୍ବପୂର୍ଣ୍ଣ ପ୍ରତିବଦ୍ଧତା କରାଯାଇପାରିବ ଏବଂ ଉପଲବ୍ଧିର ପାଳନ କରାଯାଇପାରିବ। ଏହି ଆୟୋଜନରେ ୩୫୦୦ରୁ ଅଧିକ ପ୍ରତିନିଧିମାନେ ବ୍ୟକ୍ତିଗତ ଭାବରେ ଓ ହଜାର ହଜାର ସଂଖ୍ୟାରେ ଭର୍ଚୁଆଲ୍ ଭାବରେ ମଧ୍ୟ ସାମିଲ୍ ହୋଇଥିଲେ।