ଭାରତକୁ ଆସିବ ଆଉ ୧୬ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତକୁ ଆସନ୍ତା ଏପ୍ରିଲ ସୁଦ୍ଧା ଆସିବ ଆଉ ୧୬ଟି ରାଫେଲ୍। ଆଉ ଏହି ୧୬ଟି ବାୟୁବୀରକୁ ସାମିଲ କରି ଆହୁରି ଅଧିକ ଶକ୍ତିଶାଳୀ ହେବ ଇଣ୍ଡିଆନ୍ ଏୟାର ଫୋର୍ସ । ଆସନ୍ତା ନଭେମ୍ୱରରୁ ୨୦୨୧ ମସିହା ଏପ୍ରିଲ ମାସ ମଧ୍ୟରେ ଭାରତକୁ ମିଳିବ ଏହି ୧୬ଟି ରାଫେଲ୍ ଯୁଦ୍ଧ ବିମାନ ।

ତେବେ ଗତ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରୁ ପ୍ରଥମ ଦଫାରେ ଆସିଥିଲା ୫ଟି ରାଫେଲ୍ ଜେଟ୍ । ଏହାପରେ ନଭେମ୍ୱର ୫ ତାରିଖରେ ଆଉ ୩ଟି ରାଫେଲ୍ ଆସି ପହଁଚିବ ଅଂବାଲା ଏୟାର ବେସରେ । ସେହିପରି ଜାନୁଆରୀ ମାସରେ ଆଉ ୩ଟି ରାଫେଲ୍ ଜେଟ୍ ବିମାନ, ମାର୍ଚ୍ଚ ମାସରେ ୩ଟି ଏବଂ ଅପ୍ରେଲ ମାସରେ ଭାରତରେ ପହଁଚିବ ୭ଟି ରାଫେଲ୍ ଯୁଦ୍ଧ ବିମାନ ।

ଆଉ ୧୬ଟି ରାଫେଲ ଯୁଦ୍ଧ ବିମାନର ଇଣ୍ଡିଆନ୍ ଏୟାର ଫୋର୍ସରେ ସାମିଲ ହେବ ପରେ ସଂଖ୍ୟା ୨୧ରେ ପହଁଚିବ। ଫ୍ରାନ୍ସର ବୋରଡେକ୍ସ ମେରିଗନକ୍ ଫାସିଲିଟିରୁ ସିଧାସଳଖ ଭାୟା ଆବୁଧାବି ହୋଇ ଭାରତ ପହଁଚିବ ରାଫେଲ୍ ବିମାନ । ରାଫେଲ୍ ର ଭାରତ ଆସିବା ସମୟରେ ଏହା ବାଟରେ କୌଣସି ସ୍ଥାନରେ ଅବତରଣ ଓ ରହଣି କରିବ ନାହିଁ । ମଝି ଆକାଶରେ ଏହାର ଇନ୍ଧନ ଭର୍ତି କରାଯିବାର ବ୍ୟବସ୍ଥା ଥିବାରୁ ଏହା ବିନା କୌଣସି ରହଣିରେ ଭାରତ ଆସିବ । ରାଫେଲକୁ ଭାରତକୁ ଆଣିବା ପାଇଁ ିଗୋଲଡେନ୍ ଆରୋ ସ୍କୁଆଡ୍ରେନ୍ ଟିମ୍ ଫ୍ରସ୍ତୁତ । ବର୍ତମାନ ଚୀନ ସହିତ ବଢୁଥିବା ସୀମା ବିବାଦ ଭିତରେ ଭାରତକୁ ଆଉ ୧୬ଟି ରାଫେଲ୍ ଆସିବା ଖବର ସେନାର ମନୋବଳକୁ ବଢାଇବ ।