ସବୁଜ ପରିବେଶ ନିମନ୍ତେ ସମନ୍ୱିତ ଦୃଷ୍ଟିକୋଣ ଗ୍ରହଣ କରିଛି ଭାରତୀୟ ରେଳ

ପିଏଇବି ଭୁବନେଶ୍ୱର : ଭାରତ ସରକାର, ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନ (ଏନ୍‌ଡିସି)ର ଅଂଶ ଭାବରେ, ନିର୍ଗମନର ତୀବ୍ରତାରେ ୩୩% ହ୍ରାସ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯେଉଁଥିରେ ପରିବହନ କ୍ଷେତ୍ର ପର୍ଯ୍ୟାପ୍ତ କ୍ଷମତା ସମ୍ପନ୍ନ କ୍ଷେତ୍ର ମାନଙ୍କ ମଧ୍ୟରୁ ଅନ୍ୟତମ ।

ଭାରତ ସରକାରଙ୍କ ସହିତ ସହମତ ହୋଇଥିବା ପରିବହନ ରଣନୀତି ମଧ୍ୟରୁ ଗୋଟିଏ ହେଉଛି ରେଳବାଇ ମାଲ୍ ପରିବହନକୁ ବର୍ତ୍ତମାନର ୩୫ – ୩୬% ରୁ ବୃଦ୍ଧି କରି ୨୦୩୦ ସୁଦ୍ଧା ୪୫% କରିବା ।

ବିଭିନ୍ନ ଉପାୟରେ ପାଣିପାଗ ପରିବର୍ତ୍ତନକୁ ମୁକାବିଲା କରିବା ଓ ଭାରତର ଏନ୍‌ଡିସିକୁ ଯୋଗଦାନ ଦେବା କ୍ଷେତ୍ରରେ ଭାରତୀୟ ରେଳର ଏକ ପ୍ରମୁଖ ଭୂମିକା ରହିଛି :

– ୨୦୩୦ ସୁଦ୍ଧା ଭୂମି ଆଧାରିତ ମାଲ ପରିବହନରେ ରେଳବାଇର ଭାଗିଦାରୀତାକୁ ୩୬%ରୁ ବୃଦ୍ଧି କରି ୪୫% କରିବା

– ଭାରତୀୟ ରେଳ ସାରା ଦେଶରେ ଉତ୍ସର୍ଗୀକୃତ ମାଲ ପରିବାହୀ କରିଡର (ଡିଏଫ୍‌ସି) ସ୍ଥାପନ କରୁଛି । ଏହି ଏକକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୩୦ ବର୍ଷର ଅବଧି ମଧ୍ୟରେ ନିର୍ଗମନରେ ପାଖାପାଖି ୪୫୭ ମିଲିୟନ୍ ଟନ୍ କାର୍ବନ ଡାଇଅକ୍‌ସାଇଡ୍ ହ୍ରାସ ପାଇବ ବୋଲି ଆକଳନ କରା ଯାଇଛି ।

– ଏହାର ଶକ୍ତି ମିଶ୍ରଣରେ ନବୀକରଣୀୟ ଶକ୍ତିର ଭାଗିଦାରିତାକୁ ବୃଦ୍ଧି କରିବା ।

– ରେଳ ବିଭାଗ ଉଭୟ ଡିଜେଲ୍ ଏବଂ ବିଦ୍ୟୁତ୍ ଟ୍ରାକ୍ସନ୍ ନିମନ୍ତେ ନିଜର ଶକ୍ତି ଦକ୍ଷତାକୁ ଆହୁରି ଉନ୍ନତ କରିବ, ଯେଉଁଥିରେ ଦେଶ ନିମନ୍ତେ ଜିଏଚ୍‌ଜି ନିର୍ଗମନରେ ହ୍ରାସ ଦେଖାଦେବ ।

– ରେଳ କ୍ଷେତ୍ରରେ ଲାଗୁ କରା ଯିବାକୁ ଥିବା ପିଏଟି ଯୋଜନା ।

– ଟ୍ରାକ୍ସନ୍ ଡିଜେଲ୍ ଇନ୍ଧନରେ ଜୈବ ଇନ୍ଧନର ୫% ସମ୍ମିଶ୍ରିତ ବ୍ୟବହାର ।

-୨୦୩୦ ସୁଦ୍ଧା ଜଳ ବ୍ୟବହାର ଦକ୍ଷତାରେ ୨୦% ପରିବର୍ତ୍ତନ କରିବା ।

– କାର୍ବନ ସିଙ୍କ ବୃଦ୍ଧି କରିବା ନିମନ୍ତେ ବୃକ୍ଷ ରୋପଣ ।

– ବର୍ଜ୍ୟ ବସ୍ତୁ ପରିଚାଳନା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ।

– ଭାରତୀୟ ରେଳର ବିକାଶରେ ପାରିବେଶିକ ସ୍ଥିରତା ପ୍ରାପ୍ତ କରିବା ନିମନ୍ତେ ସମ୍ବଳ ଗୁଡିକର ଏବଂ ଭିତ୍ତିଭୂମି ପରିଚାଳନା ପାଇଁ ସବୁଜ କୋଠାଘର, ଔଦ୍ୟୋଗିକ ୟୁନିଟ୍ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡିକରେ ଉତ୍ତମ ପ୍ରଥା ଗୁଡିକୁ ଗ୍ରହଣ କରିବା ।

–  ସ୍ୱଚ୍ଛ ଭାରତ ମିଶନରେ ଅବଦାନ ।

–  ଭାରତୀୟ ରେଳ ସମସ୍ତ ରେଳ ଲାଇନ୍ ଗୁଡିକର ବିଦ୍ୟୁତୀକରଣକୁ ସମାପ୍ତ କରି ୨୦୩୦ ସୁଦ୍ଧା “ନେଟ୍ ଜିରୋ’ ସଂସ୍ଥା ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଭାରତୀୟ ରେଳ ଶକ୍ତି ଦକ୍ଷତା ପରିଚାଳନା, ଶକ୍ତିର ନବୀକରଣୀୟ ଏବଂ ବୈକଳ୍ପିକ ଉତ୍ସ, ଜଳ ସଂରକ୍ଷଣ, ବନୀକରଣ, ଜଳ ପରିଚାଳନା ଏବଂ ସବୁଜ ପ୍ରମାଣପତ୍ର ସହିତ କିଛି ଉଲ୍ଲେଖନୀୟ ପଦକ୍ଷେପ ଗୁଡିକ ସହିତ ପରିବେଶ ପରିଚାଳନା ସମ୍ବନ୍ଧରେ ନିଜର ପଦକ୍ଷେପକୁ ଶୃଙ୍ଖଳିତ କରିବା ନିମନ୍ତେ ପଦକ୍ଷେପ ନେଇଛି ।

୨୦୧୪ରୁ ଭାରତୀୟ ରେଳ ଦ୍ୱାରା କରା ଯାଇଥିବା ପରିବର୍ତ୍ତନ ଗୁଡିକୁ ନିମ୍ନଲିଖିତ କ୍ଷେତ୍ର ଗୁଡିକରେ ବ୍ୟାପକ ଶୃଙ୍ଖଳାରେ ଶ୍ରେଣୀଭୁକ୍ତ କରା ଯାଇ ପାରିବ

ଶୁଦ୍ଧ – ଶୂନ୍ୟ କାର୍ବନ ନିର୍ଗମନ : –

– ଭାରତୀୟ ରେଳ  ୨୦୩୦ ସୁଦ୍ଧା ନିଜର କାର୍ବନ ପଦଚିହ୍ନକୁ ଧୀରେ – ଧୀରେ କମ୍ କରିବା ନିମନ୍ତେ ଏବଂ ଶୁଦ୍ଧ ଶୂନ୍ୟ କାର୍ବନ ନିର୍ଗମନକାରୀ ହେବା ନିମନ୍ତେ ଯୋଜନା କରିଛି । ଭାରତୀୟ ରେଳ ମୁଖ୍ୟତଃ ନବୀକରଣୀୟ ଶକ୍ତି ଉତ୍ସ ଦ୍ୱାରା ନିଜର ଶକ୍ତି ଆବଶ୍ୟକତା ଗୁଡିକୁ ଆହରଣ ମାଧ୍ୟମରେ ନିଜର କାର୍ବନ୍ ପଦଚିହ୍ନକୁ କମ୍ କରିବା ନିମନ୍ତେ ପ୍ରୟାସ କରିବ । ୨୦୨୯ – ୩୦ ସୁଦ୍ଧା, ନବୀକରଣୀୟ ଶକ୍ତିର ସ୍ଥାପନାର ଆଶା କରାଯାଉଥିବା ଆବଶ୍ୟକତା ପ୍ରାୟ ୩୦ ଜିଡବ୍ଲ୍ୟୁ ହେବ । ଭାରତୀୟ ରେଳ ଅଗଷ୍ଟ, ୨୦୨୨ ସୁଦ୍ଧା ୧୪୨ ମେଗା ୱାଟ୍ ସୌର ଛାତ କ୍ଷମତା ଏବଂ ୧୦୩.୪ ମେଗା ୱାଟ୍ ପବନ ଶକ୍ତି ସ୍ଥାପିତ କରିଛି ।

– ଶୁଦ୍ଧ ଶୂନ୍ୟ ନିର୍ଗମନକାରୀ ହେବା ନିମନ୍ତେ ଅନ୍ୟ ରଣନୀତି ଗୁଡିକ ମଧ୍ୟରେ ନିଜର ମାର୍ଗ ଗୁଡିକର ବିଦ୍ୟୁତୀକରଣର ବହୁମୁଖୀ ଦୃଷ୍ଟିକୋଣ, ଡିଜେଲରୁ ବିଦ୍ୟୁତ୍ ଟ୍ରାକ୍ସନକୁ ସ୍ଥାନାନ୍ତରଣ, ଶକ୍ତି କ୍ଷମତାକୁ ବୃଦ୍ଧି କରିବା, ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ନିର୍ମାଣ, ରେଳ ପ୍ରତିଷ୍ଠାନ ଗୁଡିକୁ ସବୁଜ ପ୍ରମାଣୀକରଣ ଇତ୍ୟାଦି ସାମିଲ୍ ଅଟେ ।

– ଭାରତୀୟ ରେଳ ୬୫,୧୪୧ କିଲୋମିଟର (୮୦ .୬୧%) ରାସ୍ତାର ସମୁଦାୟ ବ୍ୟବସ୍ଥା ନେଟୱର୍କ ମଧ୍ୟରୁ ୫୨, ୫୦୮ କିଲୋମିଟର ରାସ୍ତାର ବିଦ୍ୟୁତୀକରଣ କରିଛି ।

– ୧୦୦% ବିଦ୍ୟୁତୀକରଣ ସହିତ, ବିଦ୍ୟୁତ୍‌ର ଚାହିଦା ୨୦୧୯ – ୨୦ ରେ ୨୧ ବିୟୁରୁ ବୃଦ୍ଧି ପାଇ ୨୦୨୯ -୩୦ ସୁଦ୍ଧା ପ୍ରାୟ ୭୨ ବିୟୁ ହୋଇଯିବ । ଚିରାଚରିତ ରୀତିରେ ବ୍ୟବସାୟ ଅନୁସାରେ ୨୦୨୯ – ୩୦ ସୁଦ୍ଧା କାର୍ବନ ନିର୍ଗମନ ୬୦ ମିଲିୟନ୍ ଟନ୍ ହେବ ବୋଲି ଅନୁମାନ କରାଯାଉଛି, ଯାହା ଭାରତୀୟ ରେଳ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉପାୟ ଗୁଡିକ ଦ୍ୱାରା ଧାର୍ଯ୍ୟ କରା ଯିବ ।

ପ୍ରଭାବଶାଳୀ ଜଳ ପରିଚାଳନା ନିମନ୍ତେ ଜଳ ନୀତି ୨୦୧୭ ଜାରି : –

– ରେଳ ଷ୍ଟେସନ୍‌, ଟ୍ରେନ୍ ଏବଂ ରେଲୱେ କଲୋନୀ ଇତ୍ୟାଦିରେ କାର୍ଯ୍ୟାନ୍ୱୟନ ନିମନ୍ତେ ସମସ୍ତ କ୍ଷେତ୍ରୀୟ ରେଲୱେ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକରେ ଜଳ ନୀତି ୨୦୧୭ ଲାଗୁ କରା ଯାଇଛି । ଏହା ଭାରତ ସରକାରଙ୍କ ଜାତୀୟ ସ୍ତରରେ ନିର୍ଦ୍ଧାରିତ ଯୋଗଦାନର ଅଂଶ ରୂପରେ ୨୦୨୦ ପର୍ଯ୍ୟନ୍ତ ଜଳର ବ୍ୟବହାରରେ ୨୦%ର ହ୍ରାସ ଲକ୍ଷ୍ୟକୁ ହାସଲ କରିବାର ସାମଗ୍ରିକ ପ୍ରୟାସ ଗୁଡିକର ଏକ ଅଂଶ ଅଟେ । ଏହି ନୀତିର ମୁଖ୍ୟ ଊଦ୍ଦେଶ୍ୟ ଗୁଡିକ ହେଉଛି ପ୍ରଭାବଶାଳୀ ଚାହିଦା ଏବଂ ଯୋଗାଣ ପରିଚାଳନା ଦ୍ୱାରା ଜଳ ବ୍ୟବହାର ଦକ୍ଷତାରେ ପରିବର୍ତ୍ତନ ଆଣିବା, ଦକ୍ଷ ଜଳ ପ୍ରଣାଳୀ ସ୍ଥାପିତ କରିବା ଏବଂ ରେଳ ବିଭାଗର ଜମି ଉପରେ ଜଳ ପୁନଃଚକ୍ରଣ ବ୍ୟବସ୍ଥାକୁ ସ୍ଥାପିତ କରିବା ।

ବନୀକରଣ ଦ୍ୱାରା ଅତିରିକ୍ତ କାର୍ବନ ସିଙ୍କ ସୃଷ୍ଟି

– ରେଳ ବିଭାଗ ଦ୍ୱାରା ଖାଲି ପଡିଥିବା ରେଲୱେ ଜମି ଏବଂ ସ୍ଥାନ ମଧ୍ୟରେ ବୃକ୍ଷରୋପଣ କରି ଜଙ୍ଗଲ ସୃଷ୍ଟି କରା ଯାଇଥାଏ । ପରିବେଶରେ ପରିବର୍ତ୍ତନ ଏବଂ ସମ୍ପୂର୍ଣ୍ଣ ବିକାଶ ପ୍ରତି ରେଳ ବିଭାଗର ପ୍ରତିବଦ୍ଧତାକୁ ଅନୁସରଣ କରି, ରାଜ୍ୟ ଗୁଡିକର ଜଙ୍ଗଲ ବିଭାଗ ବୃକ୍ଷ ରୋପଣ ସହିତ ଗଛ ଗୁଡିକର ରକ୍ଷଣାବେକ୍ଷଣ ଏବଂ ବିକ୍ରୟରେ ସାମିଲ ହେଉଛନ୍ତି ।

–  ଭାରତୀୟ ରେଳ ୨୦୧୭ରୁ ବାର୍ଷିକ ୧ କୋଟି ବୃକ୍ଷ ରୋପଣ କରୁଛି । ୨୦୨୧- ୨୨ ବର୍ଷରେ ୭୨ ଲକ୍ଷ ଚାରା ରୋପଣ କରା ଯାଇଛି ।

ବର୍ଜ୍ୟ ପରିଚାଳନା  : –

ବର୍ଜ୍ୟ ପରିଚାଳନା ନିମନ୍ତେ ୨୫୦ରୁ ଅଧିକ ଷ୍ଟେସନ୍ ଗୁଡିକରେ ଆବର୍ଜନା ଗୁଡିକରୁ ଶକ୍ତି/ ଖତ / ଜୈବ ଗ୍ୟାସ୍ ପ୍ଲାଂଟ / ସାମଗ୍ରୀ ପୁନରୁଦ୍ଧାର ବ୍ୟବସ୍ଥା ସ୍ଥାପିତ କରା ଯାଇଛି । ଉତ୍ସରେ ହିଁ ଅଳିଆ ଆବର୍ଜନାକୁ ଅଲଗା ଅଲଗା କରିବା ନିମନ୍ତେ ଶୁଖିଲା ଏବଂ ଓଦା ଆବର୍ଜନା ନିମନ୍ତେ ଭିନ୍ନ ଭିନ୍ନ ପାତ୍ରର ବ୍ୟବସ୍ଥା କରା ଯାଇଛି ।

୨୦୧୫ରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସଂଚାଳିତ କରିବା ନିମନ୍ତେ ସବୁଜ ପ୍ରମାଣପତ୍ର / ସହମତି ପ୍ରାପ୍ତ ହୋଇଛି

–  ପରିବେଶ ପରିଚାଳନା ପ୍ରଣାଳୀର କାର୍ଯ୍ୟାନ୍ୱୟନ ନିମନ୍ତେ ପ୍ରାୟ ୭୦୦ ରେଳ ଷ୍ଟେସନ୍ ଗୁଡିକୁ ଆଇଏସ୍‌ଓ : ୧୪୦୦୧ ନିମନ୍ତେ ପ୍ରମାଣିତ କରା ଯାଇଛି ।

– ୫୪୫ରୁ ଅଧିକ ଷ୍ଟେସନ୍ ଗୁଡିକ ସମ୍ବନ୍ଧିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ସଂଚାଳନର ସହମତି (ସିଟିଓ) ପ୍ରାପ୍ତ କରିଛନ୍ତି ।

– ୩୧ ରେଳ ଭବନ (କାର୍ଯ୍ୟାଳୟ ଗୁଡିକ, ପ୍ରଶିକ୍ଷଣ ସଂସ୍ଥା ଗୁଡିକ, ଡାକ୍ତରଖାନା ଗୁଡିକ ଏବଂ ସ୍କୁଲ୍ ଗୁଡିକ ସହିତ) , ୩୨ ଷ୍ଟେସନ୍ ଗୁଡିକ ଏବଂ ୫୫ କାର୍ଯ୍ୟଶାଳା / ପିୟୁ ଗୁଡିକ ସବୁଜ ପ୍ରମାଣପତ୍ର ପ୍ରାପ୍ତ କରିଛନ୍ତି ।

ପରିବେଶ ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ଅନୁମୋଦିତ କାର୍ଯ୍ୟ ଗୁଡିକରୁ ୧% ମୂଲ୍ୟ ଆବଂଟିତ କରିବାର ନୀତି :

–  ପରିବେଶ ଉପରେ କାର୍ଯ୍ୟକଳାପର ପ୍ରଭାବକୁ ରୋକିବା ନିମନ୍ତେ ଏବଂ ପରିବେଶର ସୁରକ୍ଷା ନିମନ୍ତେ ମେ’ ୨୦୧୬ରେ ଜାରି କରାଯାଇଥିବା ନୀତିରେ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଅନୁମୋଦିତ କାର୍ଯ୍ୟର ୧% ମୂଲ୍ୟ ଆବଂଟନ କରିବାର ବ୍ୟବସ୍ଥା କରା ଯାଇଛି ।

ଟ୍ରେନ୍ ଏବଂ ରେଳ ଷ୍ଟେସନ୍‌ର ପରିଷ୍କାର ପରିଚ୍ଛନ୍ନତା : –

  • ଟ୍ରେନ୍ ଏବଂ ରେଳ ଷ୍ଟେସନ୍ ଗୁଡିକର ପରିଷ୍କାର ପରିଚ୍ଛନ୍ନତା ଉପରେ ଗତ ୦୮ ବର୍ଷ ମଧ୍ୟରେ ଗୁରୁତ୍ୱ ଦିଆ ଯାଇଛି, ଟ୍ରେନ୍ ଗୁଡିକରେ, ଷ୍ଟେସନ୍ ଗୁଡିକରେ ଏବଂ କୋଚ୍ ଗୁଡିକରେ ମେସିନ୍ ଦ୍ୱାରା ପରିଷ୍କାର ବ୍ୟବସ୍ଥାର ବୃଦ୍ଧି ପାଉଥିବା ସଂଖ୍ୟା, ଷ୍ଟେସନ୍ ଗୁଡିକରେ ଆବର୍ଜନା ଉଠେଇବା ଚୁକ୍ତିନାମା ଏବଂ ଆବର୍ଜନା ସମସ୍ୟାର ସମାଧାନ ବ୍ୟବସ୍ଥା ଏବଂ ଅନ୍‌ବୋର୍ଡ ହାଉସ୍ କିପିଙ୍ଗ ସର୍ଭିସ୍ (ଓବିଏଚ୍‌ଏସ୍‌)ରେ ବୃଦ୍ଧି ଦେଖା ଦେଇଛି ।

ଯାତ୍ରୀବାହୀ କୋଚ୍ ଗୁଡିକ ନିମନ୍ତେ ପରିବେଶ ଅନୁକୂଳ ଜୈବ – ଶୌଚାଳୟ : –

– ଭାରତୀୟ ରେଳ ଦ୍ୱାରା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ସହିତ ସଂଯୁକ୍ତ ରୂପରେ ଯାତ୍ରୀ କୋଚ୍ ଗୁଡିକ ନିମନ୍ତେ ପରିବେଶର ଅନୁକୂଳ ଜୈବ – ଶୌଚାଳୟ ବିକଶିତ କରା ଯାଇଛି ।

– ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ୩,୬୪୭ କୋଚ୍ ଗୁଡିକରେ ୯,୫୮୭ ଜୈବ – ଶୌଚାଳୟ ସ୍ଥାପନ କରା ଯାଇଥିଲା । ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପ୍ରାୟ ୭୩,୧୧୦ କୋଚ୍ ଗୁଡିକରେ ୨,୫୮,୯୯୦ ଜୈବ – ଶୌଚାଳୟ ସ୍ଥାପନା ସହିତ, ସମସ୍ତ ଯାତ୍ରୀବାହୀ କୋଚ୍ ଗୁଡିକରେ ଜୈବ – ଶୌଚାଳୟ ସ୍ଥାପନର କାର୍ଯ୍ୟ ଚାଲୁ ରହିଛି । ଭାରତୀୟ ରେଳରେ ଏହାକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରାଯାଇ ସାରିଛି ।

– ଏହି ଭଳି ଭାବେ ‘ସ୍ୱଚ୍ଛ ଭାରତ ମିଶନ ‘ ଅନୁରୂପ ଟ୍ରେନ୍ ଗୁଡିକରୁ ମାନବ ବର୍ଜ୍ୟକୁ ସିଧା ନିର୍ବହନକୁ ସମାପ୍ତ କରି ଦିଆ ଯାଇଛି ।

ସ୍ୱଚ୍ଛତା ଊପରେ ଯାତ୍ରୀ ମାନଙ୍କର ପ୍ରତିକ୍ରିୟା ସହିତ ତୃତୀୟ ପକ୍ଷ ଯାଂଚ / ସର୍ବେକ୍ଷଣ : – 

– ପ୍ରମୁଖ ଷ୍ଟେସନ୍ ଗୁଡିକର ପରିଷ୍କାର ପରିଚ୍ଛନ୍ନତା ଉପରେ ତୃତୀୟ ପକ୍ଷ ଯାଂଚ ସହିତ ସର୍ବେକ୍ଷଣ ୨୦୧୬ରେ ଆରମ୍ଭ ହୋଇଛି ଏବଂ ୨୦୧୭, ୨୦୧୮ ଏବଂ ୨୦୧୯ରେ ଏହା ପୁଣି କରା ଯାଇଥିଲା ।

– ଏହି ପ୍ରକାରର ସର୍ବେକ୍ଷଣ ସ୍ୱତନ୍ତ୍ର ମୂଲ୍ୟାଙ୍କନ ପ୍ରଦାନ କରିଥାଏ ଏବଂ ଯାତ୍ରୀ ଇଂଟରଫେସ୍ କ୍ଷେତ୍ର ଗୁଡିକରେ ସ୍ୱଚ୍ଛତା କ୍ଷେତ୍ରରେ ପରିବର୍ତ୍ତନ ନିମନ୍ତେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତାର ଭାବନା ସୃଷ୍ଟି କରିଥାଏ ।

ଷ୍ଟେସନ୍ ଗୁଡିକର ଏବଂ ଟ୍ରେନ୍ ଗୁଡିକର ହାଉସ କିପିଙ୍ଗ ନିମନ୍ତେ ଷ୍ଟାଣ୍ଡାର୍ଡ ବିଡ୍ ଦସ୍ତାବିଜ ଏବଂ ସେବା ଗୁଡିକ ନିମନ୍ତେ ଚୁକ୍ତିର ସାମାନ୍ୟ ସର୍ତ୍ତ ଗୁଡିକ : –

  • ଯାତ୍ରୀ ଇଂଟରଫେସ୍ କ୍ଷେତ୍ର ଗୁଡିକ ଉପରେ ବିଶେଷ ଧ୍ୟାନ ଦେବା ସହିତ ହାଉସ କିପିଙ୍ଗ ଚୁକ୍ତି ଗୁଡିକର ପ୍ରଭାବଶୀଳତାରେ ପରିବର୍ତ୍ତନ ନିମନ୍ତେ ଷ୍ଟାଣ୍ଡାର୍ଡ ବିଡ୍ ଦସ୍ତାବିଜ (ଏସ୍‌ବିଡି) (ଅଗଷ୍ଟ ୨୦୧୭) ଏବଂ ସେବା ଗୁଡିକ ନିମନ୍ତେ ଚୁକ୍ତିର ସାଧାରଣ ସର୍ତ୍ତ ଗୁଡିକ (ଜିସିସିଏସ୍‌) (ଫେବୃଆରୀ ୨୦୧୮) ଜାରି କରାଯାଇଛି ।