ସାରା ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ରୌଦ୍ର ପ୍ରବାହ ଜାରି ରହିଛି । ଅସହ୍ୟ ଗରମ ସହ ଗୁଳୁଗୁଳି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଓଡିଶାରେ ମୌସୂମୀ ପାଦ ଥାପିବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ଖରା ଦାଉରୁ ମୁକ୍ତି ମିଳି ପାରିନାହିଁ । ସେପଟେ ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, ଏହିଭଳି ପରିସ୍ଥିତି ଆଗକୁ ଆହୁରି ୨ ଦିନ ପର୍ଯ୍ୟନ୍ତ ଲାଗୁ ରହିବ । ଏହାସହିତ ଗରମ ଏବଂ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ଆଜି ପାଇଁ ୧୨ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି ଓ କେନ୍ଦୁଝର। ଏହି ଜିଲ୍ଲା ପାଇଁ ସିଭିୟର ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବେଳେ କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼ ଏବଂ ମୟୂରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।