ନୂଆଦିଲ୍ଲୀ : ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନଆଇଏ) ପୂର୍ବତନ ପୋଲିସ ଅଧୀକ୍ଷକ ତଥା ଆଇପିଏସ ଅଧିକାରୀଙ୍କୁ ଆତଙ୍କବାଦୀ ସଂଗଠନ ନିକଟରେ ଗୁପ୍ତ ତଥ୍ୟ ଲିକ୍ କରିଥିବା ଅଭିଯୋଗରେ ଗିରଫ କରିଛି । ଏ ନେଇ ଏଜେନ୍ସିର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭାରତୀୟ ପୋଲିସ ସେବାର ୨୦୧୧ ବ୍ୟାଚରେ ପଦୋନ୍ନତି ପାଇଥିବା ନେଗିଙ୍କୁ ଗତ ବର୍ଷ ନଭେମ୍ବର ୬ରେ ଏନଆଇଏ ଦ୍ୱାରା ପଞ୍ଜୀକୃତ ମାମଲାରେ ଗିରଫ କରାଯାଇଥିଲା ।
ଏହି ମାମଲାରେ ଏନଆଇଏ ପୂର୍ବରୁ ୬ଜଣଙ୍କୁ ମଧ୍ୟ ଗିରଫ କରିଥିଲା । ସେ କହିଛନ୍ତି ଯେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଏନଏସିର ସରକାରୀ ଗୋପନୀୟ ତଥ୍ୟ ନେଗୀଙ୍କ ଦ୍ୱାରା ଅନ୍ୟ ଜଣେ ଅଭିଯୁକ୍ତ ବ୍ୟକ୍ତିଙ୍କ ନିକଟରେ ଲିକ କରାଯାଇଥିଲା । ଅନେକ କାଶ୍ମୀର କେନ୍ଦ୍ରିତ ଆତଙ୍କବାଦୀ ମାମଲାରେ ଅରବିନ୍ଦ ଦିଗବିଜୟ ସିଂହ ନେଗୀ ମୁଖ୍ୟ ଅନୁସନ୍ଧାନକାରୀ ଥିଲେ ।