ଦୋକାନ ଭିତରକୁ ମାଡ଼ିଗଲା ଟ୍ରକ, ୨ ମୃତ

କେନ୍ଦୁଝର(ଏସ୍ ନ୍ୟୁଜ): କେନ୍ଦୁଝରର ଶୁଆକାଟି ଠାରେ ଏକ ଲୁହାପଥର ବୋଝେଇ ଟ୍ରକ ( ଓଆର୦୯ଏମ୬୬୧୭ ) ରାସ୍ତା କଡ଼ରେ ଥିବା ଏକ ଦୋକାନ ଉପରକୁ ମାଡିଯାଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଉକ୍ତ ଦୋକାନର ମାଲିକ ଦୋଳଗୋବିନ୍ଦ ସାହୁ ଥିବା ଜଣାପଡ଼ିଛି । ସେହିପରି ଟ୍ରକର ହେଲପର ମଧ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି ।