ଜିଏସଟି ଠକେଇରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଗିରଫ

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଏହିଭଳି ଜଣେ ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ରାଜ୍ୟ ବସ୍ତୁ ଓ ସେବାକର(ଜିଏସଟି) । ମହାମାରୀ ସଂକଟ ସମୟରେ କେନ୍ଦ୍ର ସରକାର ଟିକାକରଣ ନେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଏହି ସମୟରେ କିଛି ଅସାଧୁ ବ୍ୟବସାୟ ଜିଏସଟି ଠକେଇ କରୁଛନ୍ତି । ୧୦ କୋଟିର ଜିଏସଟି ଠକେଇ ଅଭିଯୋଗରେ ଆଇରନ୍ ସ୍କ୍ରକ୍ଷପ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁକୁ ବିଜେପିନଗର ସ୍ଥିତ ଘରୁ ଗିରଫ କରିଛି ରାଜ୍ୟ ଜିଏସଟି ବିଭାଗ । ଉଲ୍ଲେଖ୍ୟଯୋଗ୍ୟ, ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ଜିଏସଟି ଠକି ଆସିଥିଲେ ସ୍ମୃତିରଞ୍ଜନ । ରିକ୍ସା ଚାଳକ, ଛାତ୍ର ଆଦି ଲୋକଙ୍କ ନାଁରେ ସେ ଫାର୍ମ କରି ଜିଏସଟି ଫାଙ୍କି ଥିଲେ । ବାର୍ଷିକ ଟର୍ନ ଓଭର୍ ୪୦କୋଟି ଥିବା ସେ ଦର୍ଶାଇଥିଲେ ବୋଲି ଜିଏସଟି ଅଧିକାରୀ କହିଛନ୍ତି । ରାଜ୍ୟ ଜିଏସଟି ଖୋଳତାଡ କରିବା ପରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଗିରଫ ହୋଇଛନ୍ତି ।