ସୂର୍ଯ୍ୟଙ୍କ କୋପରୁ ଭୁବନେଶ୍ୱରକୁ ରକ୍ଷା କରିବା ଅସମ୍ଭବ

ନିଜେ ରହୁଥିବା ଘରେ ନିଅାଁ ଲଗାଇ ମହାବିପଦକୁ ଡାକି ଆଣୁଛି ସଭ୍ୟ ସମାଜ । ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ମଧୁମେହ, ରକ୍ତଚାପ ଭଳି ରୋଗ କବଳରେ ପଡ଼ି ଲକ୍ଷାଧିକ ଲୋକ କଲବଲ ହେଉଛନ୍ତି । ସର୍ବଭାରତୀୟ ସ୍ତରରେ ପ୍ରସ୍ତୁତ ଏକ ତଥ୍ୟରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଉପରେ ସୂର୍ଯ୍ୟ ଦେବତାଙ୍କ କୋପ ସର୍ବାଧିକ ଜଣାଯାଏ ।

କଟକ, ପୁରୀ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ବରଗଡ଼, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲା ଅଧିକ  ଗ୍ରୀଷ୍ମପ୍ରବଣ ଜିଲ୍ଲା ଜଣାପଡେ଼ ।

ଅନ୍ୟ ଜିଲ୍ଲାଗୁଡ଼ିକ ଅପେକ୍ଷାକୃତ ମଧ୍ୟମ ବିପଦ ତାଲିକାରେ ଅଛନ୍ତି ।  ତେବେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କୋପରୁ ଓଡ଼ିଶାର କୌଣସି ଜିଲ୍ଲା ସୁରକ୍ଷିତ ନୁହେଁ । ସର୍ବଭାରତୀୟ ସ୍ତରରେ ୪୧୭ଟି ଜିଲ୍ଲା ପ୍ରଚଣ୍ଡ ରୌଦ୍ରତାପ ଇଲାକାରେ ରହିଛି ।

ସହର ବିକାଶ ଆଳରେ ଗଛଲତା କଟା ଚାଲିଛି । ତା’ ସାଙ୍ଗକୁ କଂକ୍ରିଟରେ ନିର୍ମାଣ କରାଯାଉଛି ନଭଶ୍ଚୁମ୍ବୀ ଅଟ୍ଟାଳିକା । ତାପମାତ୍ରା ବୃଦ୍ଧି ପାଇବା ସୁନିଶ୍ଚିତ । ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ହାଇଦ୍ରାବାଦ, ଭୋପାଳ ଓ ଭୁବନେଶ୍ୱର ଭଳି ଜନସଂଖ୍ୟା ବହୁଳ ସହର ପ୍ରତି ମାଡ଼ିଆସୁଛି ମହାବିପଦ । ପାଣିପାଗ ଗବେଷକଙ୍କ ମତରେ ଭାରତରେ ଗ୍ରୀଷ୍ମଋତୁ ପାଗଳ ଭଳି ଘୁରିବୁଲୁଛି । କେତେବେଳେ କୋଉ ଇଲାକା ଉପରେ ତାଣ୍ଡବ ରଚିବ, ତାକୁ ପୂର୍ବାନୁମାନ କରିବା କଷ୍ଟକର ବ୍ୟାପାର ।