ଭୁବନେଶ୍ୱର : ଆନ୍ଧ୍ର ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିବା ଯୋଗୁ ରାଜ୍ୟରେ ବର୍ଷା ଲାଗି ରହିଛି। ୯ତାରିଖ ଯାଏ ଏହି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ଆଜି ଏହି ସୂଚନା ଦେଇଛନ୍ତି। ଶ୍ରୀ ଦାଶ କହିଛନ୍ତି, ଘୂର୍ଣ୍ଣିବଳୟ ସକ୍ରିୟ ଯୋଗୁ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଜି ଦକ୍ଷିଣର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।