ଆଜିଠୁ ପ୍ରବଳ ବର୍ଷିବ: ହେବନି ବାତ୍ୟା

ଆଜିଠୁ ଭିଜିବ ସାରା ଓଡ଼ିଶା । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ….

ଭୁବନେଶ୍ୱର : ଆଜିଠୁ ଭିଜିବ ସାରା ଓଡ଼ିଶା । ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ଆଜିଠୁ ୮ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ ମେଘମୁକ୍ତ ଆକାଶ ଏବଂ ଦୁର୍ବଳ ମୌସୁମୀ ପ୍ରଭାବରେ ଆଉ ଦୁଇ ଦିନ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୨ଟି ଜାଗାରେ ୩୫ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ୩୬.୭ ଡିଗ୍ରୀ ସହ ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର ହୋଇଥିବା ବେଳେ ମାଲକାନଗିରି ୩୬.୫, ସୋନପୁର ୩୬.୨, କଟକ ୩୬ ଏବଂ ଭୁବନେଶ୍ୱର ୩୫.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।