ରାଜ୍ୟରେ ବର୍ଷୁଛି ନିଆଁ

ରାଜ୍ୟରେ ଚାରିଆଡେ ବହୁଛି ତତଲା ପବନ

ଭୁବନେଶ୍ୱର : ରାଜ୍ୟରେ ଚାରିଆଡେ ବହୁଛି ତତଲା ପବନ । ତେବେ ଏଭଳି ତାତି ଆଗାମୀ ୫ ଦିନ ଯାଏ ନିସ୍ତାର ନାହିଁ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ ଆଗାମୀ ୫ ଦିନ ଯାଏ ୩ ରୁ ୫ ଡିଗ୍ରୀ ସେଲସିୟସ ବୃଦ୍ଧି ହେବ ।

ବିଶେଷକରି ୨୫ରୁ ୨୭ ତାରିଖ ଯାଏ ହିଟ ୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ, ଗଜପତି, ବାଲେଶ୍ୱର, କେନ୍ଦୁଝର, ନୂଆପଡ଼ା, କନ୍ଧମାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଘଡ଼ଘଡି ହେବ ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟପକ୍ଷରେ ରାଜ୍ୟ ରାଜଧାନୀରେ ଦୁଇ ଦିନ ହେଲା ୪୦ ଉପରେ ରହୁଛି ପାରଦ । ସେହିପରି ତେବେ ଆଗକୁ ଖରା ବଢ଼ିବାକୁ ଥିବା ବେଳେ ସମସ୍ତେ ସତର୍କ ରହିବା ସହିତ ସରକାରଙ୍କ ଗାଇଡଲାଇନ ମାନିବାକୁ ସରକାର ପରାମର୍ଶ ଦେଇଛନ୍ତି ।