ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ପାରାଦ୍ୱୀପ :  ସ୍ଥାନୀୟ ତାରିଣୀଗଡ଼ା ନିକଟରେ ଟ୍ରକ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ହେଲେ ନାଉଗାଁ ଅଂଚଳର ସର୍ବେଶ୍ୱର ହାତୀ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ତାରିଣୀଗଡା ନିକଟରେ ଥିବା ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ଏକ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଫୁଟଫାତ ଉପରକୁ ଚଢିଯାଇଥିଲା। ଫଳରେ ସମ୍ମୁଖରେ ଯାଉଥିବା ବାଇକ୍ ଆରୋହୀ ସର୍ବେଶ୍ୱରଙ୍କ ଉପରେ ଟ୍ରକ ଚକା ସମ୍ପୁର୍ଣ୍ଣ ଭାବେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ଖବର ପାଇ ଆଦର୍ଶ ଥାନା ପୁଲିସ ପହଞ୍ଚି ମୃତ ବାଇକ ଆରୋହୀଙ୍କ ଶବକୁ ଉଦ୍ଧାର କରିଛି । ମୃତକ ପାରାଦ୍ୱୀପରେ ରହି ଏକ ସଂସ୍ଥାର ସୁପରଭାଇଜର ଭାବେ କାମ କରୁଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି ।