ରଘୁନାଥପୁର ବ୍ଲକ ଠିକାଦାର ସଂଙ୍ଘର ପ୍ରସ୍ତୁତି ବୈଠକ।

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ…

ରଘୁନାଥପୁର ତା ୧୪/୧୧:- ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଖଣ୍ଡତରୀ ଠାରେ ଶୁକ୍ରବାର ଠିକାଦାର ସଂଙ୍ଘର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୪୦ଜଣରୁ ଉର୍ଦ୍ଧ ଠିକାଦାର ମାନେ ଯୋଗଦେଇ କର୍ମକର୍ତ୍ତା ଚୟନ କରିଥିଲେ।ସର୍ବସମତି କ୍ରମେ ସଭାପତି ଅରବିନ୍ଦ ସ୍ବାଇଁ,ସଂମ୍ପାଦକ ତପନ କୁମାର ସାମଲ ଓ ସଂଯୋଜକ ଭାବେ ସୁଜିତ କୁମାର ସେଠି ଙ୍କୁ ଚୟନ କରାଯାଇଛି।ଏହି ବୈଠକ ର ମୁଖ୍ୟ ଉଦେସ୍ୟହେଲା ଠିକାଦାର ଭାଇମାନେ ୧୪. ୯୯%ଲେସରେ ଟେଣ୍ଡର ପକାଇ ସର୍ବଶାନ୍ତ ହେଉଛନ୍ତି।

ଆଗାମୀ ଦିନରେ ସମସ୍ତେ ସରକାର ଙ୍କ ଧାର୍ଯ୍ୟ ଟେଣ୍ଡର ରେଟ ଠାରୁ କମରେ କିପରି ଟେଣ୍ଡର ନ ପକାଇବେ ସେଥିପାଇଁ ସଂଙ୍ଘର ସଭାପତି ଶ୍ରୀ ସ୍ଵାଇଁଙ୍କ ନେତୣତ୍ୟରେ ବିସ୍ତୁତ ଆଲୋଚନା କରାଯାଇ ଆଗାମୀ ଦିନର ରଣନୀତି ପ୍ରସ୍ତୁତ କରାଯାଇଥିଲା।ଯଦି କେହି ଠିକାଦାର ଏହିନିୟମକୁ ନ ମାନନ୍ତି ତାହାଲେ ସେମାନଙ୍କ ଉପରେ ଦୣଢ କାର୍ଯ୍ୟନୁଷ୍ଠାନ ନିଆଯିବ।ଏବଂ ଆସନ୍ତା ରବିବାର ଜଗତସିଂହପୁର ସଂସ୍କୃତ ଭବନଠାରେ ହେବାକୁଥିବା ଜିଲ୍ଲା ସ୍ତରୀୟ ବୈଠକରେ ଠିକାଦାର ଭାଇମାନେ ବହୁସଂଖ୍ୟିାରେ ଯୋଗଦେବାପାଇଁ ସମସ୍ତ ଙ୍କୁ ଜଣାଇଦିଆଯାଇଛି।ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇ ବୈଠକ ସାଙ୍ଗ କରାଯାଇଥିଲା।