ପାରାଦୀପ ବନ୍ଦରକୁ ସୁରକ୍ଷା ପ୍ରଦାନ କରିବ ‘ଅଦମ୍ୟ’

ପାରାଦୀପ ବନ୍ଦର ନିକଟରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଦମ୍ୟ’କୁ ମୁତୟନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଭାରତୀୟ ତଟରକ୍ଷା ବାହିନୀକୁ ମିଳିଥିବା ୮ଟି ବେଗଗାମୀ ତଟରକ୍ଷୀ ଜାହାଜ ଭିତରୁ ଗୋଟିଏ ଓଡ଼ିଶା ଭାଗରେ ପଡ଼ିଛି ।

ଗୋଆ ସିପୟାର୍ଡ ଲିମିଟେଡ୍ ପକ୍ଷରୁ ନିର୍ମିତ ପାଟ୍ରୋଲିଂ ଜାହାଜରେ ବ୍ୟବହାର କରାଯାଇଥିବା ଯନ୍ତ୍ରପାତି ଭିତରୁ ପ୍ରାୟ ୬୦ ଭାଗ ଯନ୍ତ୍ରପାତି ଭାରତରେ ପ୍ରତିଷ୍ଠିତ କମ୍ପାନୀରୁ କିଣାଯାଇଛି ।

ଅଦମ୍ୟ’ରେ ଦୁଇଟି ଶକ୍ତିଶାଳୀ ଇଞ୍ଜିନ ଲାଗିଛି ଯାହାର ଗତି ୨୮ ନଟ୍ ବିଶିଷ୍ଟ ।

ଓଡ଼ିଶା ଉପକୂଳକୁ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବାର ଦକ୍ଷତା ଅଦମ୍ୟ’ ନିକଟରେ ରହିଛି । ଏହି ଜାହାଜରେ ଲଗା ଯାଇଥିବା ଇଂଜିନଟି ପ୍ରାୟ ୩୦୦୦ କିଲୋୱାଟ୍ ବିଶିଷ୍ଟ ।