ଗଛରୁ ଡେଇଁ କଏଦୀଙ୍କ ଆତ୍ମହତ୍ୟା

କୋରପୁଟ: କୋରାପୁଟ ମଣ୍ଡଳ କାରାଗାରରେ ଜଣେ କଏଦୀ ଗଛକୁ ଚଢି ତଳକୁ ଡେଇଁ ପଡିବାରୁ ତାଙ୍କର ମୃତୁ ଘଟିଛି । ମୃତକ ହେଲେ ଲଷ୍ମୀପୁର ବ୍ଲକ ଅଣାପଡ଼ ଗାଁ କେଶବ ମୁସ୍କା(୨୯) । ଉକ୍ତ ଯୁବକ ଏକ ଜମିବାଡ଼ି ମାମଲାରେ ଗତ ଜୁନ ୬ରେ ଗିରଫ ହୋଇ କୋରପୁଟ ମଣ୍ଡଳ କାରାଗାରକୁ ରହିଥିଲେ ।
ମିଳିଥିବା ସୂଚନା ଅନୁସାରେ କଏଜୀ ଜଣକ ଗଛକୁ ଚଡି ଯାଇଥିଲେ । ସେଠାରେ ଉପସ୍ଥିତଥିବା ସୁରକ୍ଷା କର୍ମୀ କିଛି ବୁଝିବା ଆଗରୁ ସେ ତଳକୁ ଡେଇଁ ପଡ଼ିଥିଲେ । ଗୁରୁତର ଭାବେ ତାଙ୍କୁ ଏସଏଲଏନ ମେଡିକାଲ କଲେଜକୁ ନିଆ ଯାଇଥିଲା ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏତେ ସୁରକ୍ଷା ବ୍ୟବସ୍ଥା ପରେ କିପରି ଏପରି ହେଲା ତାହାକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି ।