ଯାଜପୁର, (ଏସ୍ ନ୍ୟୁଜ): କୋରାଇ ଥାନା ଜୁଗଳ ଗାଁରେ ଦମ୍ପତିଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ସ୍ୱାମୀଙ୍କ ନାମ ଶାନ୍ତନୁ ଜେନା ଓ ସ୍ତ୍ରୀଙ୍କ ନାମ ସବିତା ଜେନା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱାମୀ ଓ ସ୍ତ୍ରୀ ଖିଆପିଆ କରି ଶୋଇବାକୁ ଯାଇଥିଲେ । ପରେ ପୁଅର ପାଟି ଶୁଣି ପରିବାର ଲୋକେ ଉଠିଆସିଥିଲେ, ହେଲେ ଦେଖିଲା ବେଳକୁ ପୁଅ-ବୋହୂଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । କିଛି ସମୟ ପରେ ଘର ପଛ ପାଖରେ ଥିବା ଏକ ଗଛରେ ପୁଅର ମୃତଦେହ ଦେଖିଥିଲେ । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକେ । ସେପଟେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର । ଏନେଇ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।