ଯାଜପୁର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମା’ ବିରଜାଙ୍କ ପବିତ୍ର ମାଟି ଯାଜପୁର ଠାରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସହାୟତା ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଟ ୧୮ଲକ୍ଷରୁ ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ୯୦୦କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ରାଜ୍ଯର ମାତୃଶକ୍ତିଙ୍କ ସଶକ୍ତିକରଣକୁ ସର୍ବାଧିକ ଗୁରୁତ୍ଵ ଦେଇ ‘ସୁଭଦ୍ରା’ ଯୋଜନାର ସଫଳ ରୂପାୟନ କରାଯାଇଛି । ପ୍ରତିଶ୍ରୁତି ପୂରଣ କରି ଲୋକଙ୍କ ସରକାର ଆଜି ଡିବିଟି ଜରିଆରେ ହିତାଧିକାରୀଙ୍କୁ ସିଧାସଳଖ ସହାୟତା ଯୋଗାଇଦେଇଛନ୍ତି, ଯାହାକି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଛି । ଏହି ଯୋଜନା ରାଜ୍ଯର ମାତୃଶକ୍ତିଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ସହ ସମୃଦ୍ଧ ଓଡ଼ିଶା ନିର୍ମାଣରେ ସହାୟକ ହେଉଛି ।
ମୋର ବିଶ୍ବାସ ସମସ୍ତ ହିତାଧିକାରୀ ନିଜକୁ ଦକ୍ଷ କରିବା ସହ ଛୋଟ ଛୋଟ ବ୍ୟବସାୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ, ଯଦ୍ୱାରା ରାଜ୍ଯର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ । ‘ବିକଶିତ ଓଡ଼ିଶା’ ପାଇଁ ସରକାର ଯେଉଁ ପରିକଳ୍ପନା କରିଛନ୍ତି ତାହା ମା’ମାନଙ୍କ ଉଦ୍ୟମ ଏବଂ ଯୋଗଦାନରେ ନିଶ୍ଚୟ ସଫଳ ହେବ, ଏଥିପାଇଁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ଲୋକଙ୍କ ସରକାର ପ୍ରତିବଦ୍ଧ ।