ବ୍ୟାସ ସରୋବରର ନବୀକରଣର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ଯାଜପୁର ଜିଲ୍ଲା ବ୍ଯାସନଗର ଉପକଣ୍ଠରେ ଥିବା ପ୍ରାଚୀନ ଏବଂ ପୂରାଣ ପ୍ରସିଦ୍ଧ ବ୍ଯାସ ସରୋବରର ନବୀକରଣର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହର୍ଷି ବ୍ଯାସଦେବଙ୍କ ଏଠି ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ୱାସ କରାଯାଏ ।

ଏହି ପବିତ୍ର ପୀଠ ବ୍ଯାସଦେବଙ୍କ ପରମ ଭକ୍ତ ଓ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ ରୂପେ ପରିଚିତ । ଏହି ସ୍ଥାନରେ ମହର୍ଷି ବ୍ଯାସ ଓ ଭକ୍ତ ରାଘବଜୀଉଙ୍କୁ ଏକାଠି ପୂଜା କରାଯିବାର ଏକ ନିଆରା ପରମ୍ପରା ରହିଛି ।