୩୧ ଜାନୁଆରୀ: ଚାରିଟି ରାଶିକୁ ଧନଯୋଗ

ଭୁବନେଶ୍ୱର: ବୁଧବାର ସର୍ବାର୍ଥ ସିଦ୍ଧି ଯୋଗ କାରଣରୁ ସିଂହ ଓ ବିଛା ସମେତ ଚାରିଟି ରାଶିର ଲୋକଙ୍କ ପାଇଁ ଧନଲାଭ ଯୋଗ ସୃଷ୍ଟି କରିଛି । କ୍ୟାରିୟରରେ ସଫଳତା ଓ ସାମାଜିକ ସ୍ତରରେ ମାନସମ୍ମାନ ପାଇପାରନ୍ତି । ଅଦାଲତରେ ବିଜୟ ସମ୍ଭାବନା ରହିଛି ।

ମେଷରାଶିର ଲୋକମାନେ ଆଇନକାନୁନ ବିବାଦରେ ବିଜୟୀ ହେବେ । ଗଣ୍ଡଗୋଳର ଆଶୁ ସମାଧାନ ହୋଇଯିବ । ବୃଷରାଶିର ଲୋକମାନଙ୍କୁ ଆର୍ଥିକ ଲାଭ ମିଳିବ । ମିଥୁନ ରାଶିର ଲୋକମାନେ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । କର୍କଟ ରାଶିର ଲୋକମାନେ ଆପଣା କାମରେ ମନ ଦିଅନ୍ତୁ । ସିଂହ ରାଶିର ଲୋକଙ୍କ ଆୟ ବୃଦ୍ଧି ଯୋଗ । କନ୍ୟା ରାଶିର ଲୋକମାନେ ପକେଟକୁ ଦେଖି ଖର୍ଚ୍ଚ କରନ୍ତୁ । ତୁଳା ରାଶିର ଲୋକଙ୍କ ସ୍ୱାସ୍ଥ୍ୟ ଠିକ ରହିବ ।

ବିଛା ରାଶିର ଲୋକଙ୍କୁ ଆର୍ଥିକ ଫାଇଦା ମିଳିବ ।ଧନୁ ରାଶିର ଲୋକମାନେ ଦିନସାରା ବ୍ୟସ୍ତ ରହିବେ । ମକର ରାଶିର ଲୋକମାନେ କାମ କରି କରି ଥକିଯିବେ । କୁମ୍ଭ ରାଶିର ଲୋକଙ୍କ ପାଇଁ ଦିନଟି ସବୁଦୃଷ୍ଟିରୁ ଭଲ । ମୀନ ରାଶିର ଲୋକମାନେ ନୂଆ ଡିଲ କରନ୍ତୁନି ।