ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୬.୬ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରାକୁ ଝାଞ୍ଜି ପବନ ଜୀନଜୀବନ ଅସ୍ତବ୍ୟସ୍ତ କରିଛି । ୪୬.୬ ଡିଗ୍ରୀ ସହ ଝାରସୁଗୁଡା ସବୁଠାରୁ ଉତ୍ତର ସହର ଭାବେ ରେକର୍ଡ କରାଯାଇଛି । ସମ୍ବଲପୁର ୪୫.୬, ହୀରାକୁଦ ୪୪.୫, ରାଉରକେଲା ୪୩.୮, କେନ୍ଦୁଝର ୪୧.୪, ବାଲେଶ୍ୱର ୩୬.୬, ଭୁବନେଶ୍ୱର ୩୬.୪ ଡିଗ୍ରୀ ରେକର୍ଡ କରାଯାଇଛି ।