ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଂଟରଠାରେ ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’କୁ ଉଦଘାଟନ କରି ‘ବିକଶିତ ଓଡ଼ିଶା ୨୦୩୬’ ଅଧୀନରେ ରାଜ୍ୟର ଦୂରଦୃଷ୍ଟି ଉପସ୍ଥାପନ କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ସାମୁଦ୍ରିକ ସମ୍ପଦର ସମ୍ଭାବନା ଉପରେ ଆଲୋକପାତ କରି ସେ ଓଡ଼ିଶାର ୫୭୫ କିଲୋମିଟର ବେଳାଭୂମି ସହ ଅର୍ଥନୀତି, ଜନସଂଖ୍ୟା, ଭୌଗୋଳିକ ସ୍ଥିତି ଏବଂ ପରିସଂସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ୨୦୪୭ ସୁଦ୍ଧା ଦେଶର ଜିଡିପିରେ ୫% ଅବଦାନ ରଖିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି, ଯେଉଁଥିରେ ମତ୍ସ୍ୟ ସମ୍ପଦ, ସାମୁଦ୍ରିକ ଭିତିଭୂମି, ଉପକୂଳ ପର୍ଯ୍ୟଟନ ଏବଂ ‘ଓମ୍ବ୍ରିକ୍’ (ଙଗଈଜଓଉ) ମାଧ୍ୟମରେ ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଅବଦାନ ରହିବ।
ଶେଷରେ ସେ “ଞଷସଦ୍ଭଳ ଓଦ୍ଭୟସବ, ଞଷସଦ୍ଭଳ ଙୟସଗ୍ଦଷବ” ଦର୍ଶନକୁ ଦୋହରାଇ ଓଡ଼ିଶାକୁ ନୀଳ ଅର୍ଥନୀତିର ବିକାଶ ଓ ନବସୃଜନର ଏକ କେନ୍ଦ୍ର ଭାବରେ ଉପସ୍ଥାପିତ କରିଥିଲେ। ‘ବିକଶିତ ଭାରତ ୨୦୪୭’ ଅଧୀନରେ ଜାତୀୟ ଦୃଷ୍ଟିକୋଣ ପ୍ରଦାନ କରି ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍. ରବିଚନ୍ଦ୍ରନ ସମୁଦ୍ରର ବିଶାଳ ସମ୍ଭାବନା ସମ୍ବନ୍ଧରେ କହିଥିଲେ ଯେ, ବିଶ୍ୱସ୍ତରରେ ସମୁଦ୍ରର ପ୍ରାୟ ୯୫% ଅଂଶ ଏବେ ମଧ୍ୟ ଅନୁସନ୍ଧାନ ଅପେକ୍ଷାରେ ଅଛି। ସେ ଅଫସୋର ଶକ୍ତି ଏବଂ ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଥିବା ସୁଯୋଗ ଏବଂ ଜଳବାୟୁ ପ୍ରଭାବ, ଉପକୂଳ କ୍ଷୟ ଏବଂ ସାମୁଦ୍ରିକ ପ୍ରଦୂଷଣ ଭଳି ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିବା ସହ ସାମୁଦ୍ରିକ ସମ୍ପଦର ‘ଏକାଡେମିକ ଆବଷ୍ଟ୍ରାକ୍ଟ ବୁକ୍’ ଉନ୍ମୋଚିତ ହୋଇଥିଲା।
ଏଥିସହ ‘ଷ୍ଟାର୍ଟଅପ୍ ସୋକେସିଂ ପାଭିଲିୟନ’ ଉଦଘାଟିତ ହୋଇଥିଲା, ଯେଉଁଠାରେ ଓଡ଼ିଶାର ଉପକୂଳ ଅଂଚଳର ୨୬ଟି ଷ୍ଟାର୍ଟଅପ୍ ସାମୁଦ୍ରିକ ବିକାଶ କ୍ଷେତ୍ରରେ ସେମାନଙ୍କର ନବସୃଜନ ପ୍ରଦର୍ଶନ କରିଥିଲେ। ଦୁଇ ଦିନିଆ କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷ, ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ସହନଶୀଳତା, ସାମୁଦ୍ରିକ ସୁରକ୍ଷା, ପ୍ରଦୂଷଣ, ଅଫସୋର ଶକ୍ତି, ଗଭୀର ସମୁଦ୍ର ଖନନ, ସାମୁଦ୍ରିକ ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଇଓ-ଆଧାରିତ ସାମୁଦ୍ରିକ ବୁଦ୍ଧିମତା ଉପରେ ଆଲୋଚନା କରାଯିବ। ଏହି ସମ୍ମିଳନୀ ଭାରତର ‘ମ୍ୟାରିଟାଇମ ଇଣ୍ଡିଆ ଭିଜନ ୨୦୩୦’ ଏବଂ ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ସହ ଜଡ଼ିତ।