କୋଭିଡ ନିୟମ ମାନିଲେନି ବିଜେଡି ବିଧାୟିକା

ଭୁବନେଶ୍ୱର(ଏସ୍ ନ୍ଯୁଜ): କୋଭିଡ୍ କଟକଣା ଉଲଂଘନକୁ ନେଇ କବିସୂର୍ଯ୍ୟନଗର ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ବିରୋଧରେ ଏକ ଅଭିଯୋଗ ଆସିଛି। କୋଭିଡ୍ ନିୟମ ନମାନିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍ ସିଲ୍ କରାଯାଇଥିବା ବେଳେ ଏବେ ଖୋଦ୍ ବିଜେଡି ନେତା ଓ ନେତ୍ରୀମାନେ କୋଭିଡ୍ ନିୟମ ମାନୁନଥିବାର ବହୁ ଚିତ୍ର ସାମ୍ନାକୁ ଆସୁଛି।

ତେବେ ବିଜେଡି ଜନସଚେତନତା ଯାତ୍ରାର ଫଟୋ ବିଧାୟିକା ଟ୍ୱିଟରରେ ନିଜେ ଅପଲୋଡ କରି ଏଭଳି ଟ୍ରୋଲ୍ ହୋଇଛନ୍ତି। ପୋଷ୍ଟ ହୋଇଥିବା ଫଟୋ ମୁତାବିକ ବିନା ମାସ୍କରେ ଶହଶହ ଲୋକ ବସିଛନ୍ତି। ସାମାଜିକ ଦୂରତା ଅବଲମ୍ବନ କରାଯାଇ ନାହିଁ। କୋଭିଡ ସମୟରେ ସାମାଜିକ ଦୂରତ୍ୱ କାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।


ସେହିପରି ଆଉ ଜଣେ ଟ୍ୱିଟର ଫଲୋର ଲେଖିଛନ୍ତି ଯେ ‘ବିଧାୟିକାଙ୍କ ଅସାବଧାନତା କାରଣରୁ ଯଦି କିଛି ଅଘଟଣ ଘଟିଯାଏ ତାହେଲେ ଏଥିପାଇଁ କିଏ ଦାୟୀ ହେବ। ଆଉକେହି ତାଚ୍ଛଲ୍ୟ କରି ଲେଖିଛନ୍ତି ଭିଡ଼ ଟିକିଏ କମ ହୋଇଯାଇଛି ମ୍ୟାଡମ୍, ଆଉ ଟିକିଏ ଅଧିକ ହୋଇଥିଲେ ଭଲ ହୋଇଥାନ୍ତା। ତେବେ ଏନେଇ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା ବିଧାୟିକା ମଧ୍ୟ କିଛି ପ୍ରତିକ୍ରିୟା ରଖିନାହାନ୍ତି ।