ପୁରୀ,(ଏସ୍ ନ୍ୟୁଜ୍): କରୋନା ମହାମାରୀ କଟକଣା ଯୋଗୁଁ କାଳିଆଙ୍କୁ ଦର୍ଶନ କରିବାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବଚିଂତ ହୋଇଥିଲେ । ଗଣେଶ ପୂଜା ଠାରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । ତେବେ ପୁଣି ଆଜିଠାରୁ ପୁଣି ଜଗା ଦର୍ଶନ କରିପାରିବେ ।
ମାତ୍ର କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ଶ୍ରୀମନ୍ଦିର ଭିତରକୁ ପୂଜା ସାମଗ୍ରୀ ନେଇପାରିବେ ଶ୍ରଦ୍ଧାଳୁ । ଏହାସହିତ ଆନନ୍ଦ ବଜାରରେ ବସି ମହାପ୍ରସାଦ ମଧ୍ୟ ସେବନ କରିପାରିବେ । ସେହିପରି ତୁଳସୀ ମାଳ ଓ ପୂଜା ସାମଗ୍ରୀ ମଧ୍ୟ ଭକ୍ତ ନେଇପାରିବେ ।
ସେପଟେ ଶାରଦୀୟ ପୂଜା ଲାଗି ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜାମଣ୍ଡପରେ ନୀତି ସମ୍ପନ୍ନ କରିଛନ୍ତି । କୋଭିଡ ମହାମାରୀ ଯୋଗୁଁ ଦୁର୍ଗାପୂଜା ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି ।
ତେବେ ପୂର୍ବରୁ ସପ୍ତାହନ୍ତ ସଟଡାଉନ ପାଇଁ ଶନିବାର ଓ ରବିବାର ସାଧାରଣ ଦର୍ଶମ ବନ୍ଦ ରହିଥିଲା । ମାତ୍ର ସଟଡାଉନ ହଟିବା ପରେ ଶନିବାର ଭକ୍ତମାନେ ଜଗା ଦର୍ଶନ କରିପାରିବେ । ରବିବାର ଦର୍ଶନ ବନ୍ଦ ରହିବ ଏବଂ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ ।