ରୋଟାରୀ ଓ ଇନର୍‌ ହୁଇଲ କ୍ଲବର ବାର୍ଷିକ ଉତ୍ସବ

ବାଲେଶ୍ୱର, (ଏସ୍‌ ନ୍ୟୁଜ): ରୋଟାରୀ ଇଣ୍ଟରନେସ୍‌ନାଲ ଓ ମହିଳା ମାନଙ୍କର ଇନରହୁଇଲ କ୍ଲବ ସମଗ୍ର ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଇ ଆସୁଅଛି । ଜଳେଶ୍ୱର ଥିବା ରୋଟାରୀ ଇଣ୍ଟରନେସ୍‌ନାଲ ଆର୍‌.ଆଇ ଡିଷ୍ଟ ୩୨୬୨ ଏବଂ ଇନରହୁଇଲ କ୍ଲବ ଆଇ.ଡବ୍ଲୁ ଡିଷ୍ଟ ୩୨୬ ବାର୍ଷିକ ଉତ୍ସବ ତଥା ଇଷ୍ଟଲେସନ୍‌ ଲେସନ୍‌ ସେରିମନି ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ଉତ୍ସବରେ ନୂତନଭାବେ ନିଯୁକ୍ତ ସଭାପତି ରାଜେଶ ଖଟୁଆ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ତହସିଲଦାର ଶଂକର ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ଆଇଆଇସି ଓ ଅତିଥିଭାବେ ରୋଟାରୀ ଇଣ୍ଟରନେସ୍‌ନାଲର ଏସିଷ୍ଟାଣ୍ଟ ଗଭର୍ଣ୍ଣନ ଦେବେନ୍ଦ୍ର ଧଳଙ୍କ ସହିତ ନୂତନ ସଂପାଦକ ମଣିଭଦ୍ର ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହିତ ଇନରହୁଇଲର ନୂତନ ସଭାପତି ଆରତୀ ମହାନ୍ତି ଏବଂ ସଂପାଦକ ବିନ୍ଦୁମତି ଗିରିଙ୍କୁ ଏସିଷ୍ଟାଣ୍ଟ ଗଭର୍ଣ୍ଣନ ଶ୍ରୀ ଧଳ ପଦକ ପିନ୍ଧାଇ ଦାୟିତ୍ୱ ଅର୍ପଣ କରିଥିଲେ । ରୋଟାରୀ ଇଣ୍ଟରନେସ୍‌ନାଲ ବିଦାୟୀ ସମ୍ପାଦିକା ଡା. ଦିପ୍ତୀମୟୀ ମହାପାତ୍ର ଓ ସଭାପତି ଇଂ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ରହି କୋଭିଡ୍‌ କଟକଣା ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ପ୍ରଦୀପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଅବନୀ ଚାନ୍ଦ ଓ ରବିନ୍ଦ୍ର ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ କ୍ଲବର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିବା ବେଳେ ପ୍ରାକ୍ତନ ସଭାପତି ସୁବ୍ରତ ରଣା କାର୍ଯ୍ୟ ପରିଚାଳନା କରିଥିଲେ ।