କନ୍ଧମାଳରେ ଶିଶୁଙ୍କ ସୁରକ୍ଷା ପ୍ରତି ନୂତନ ଜିଲାପାଳଙ୍କ ଗୁରୁତ୍ୱାରୋପ

ଶିଶୁ ସୁରକ୍ଷା ନେଇ ଜିଲାରେ ଚାଲିଥିବା ଆର୍ଶିବାଦ ଯୋଜନା, ବିଜୁ ଶିଶୁ ସୁରକ୍ଷା ଓ ପି.ଏମ୍‍ କେୟାର ଭଳି ଅନେକ..

କନ୍ଧମାଳ: ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ନୂତନ ଜିଲାପାଳ ଆଶିଷ୍‍ ଈଶ୍ୱର ପାଟିଲଙ୍କ ଉପସ୍ଥିତିରେ ଶିଶୁ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍‍ ଶିଶୁ ସୁରକ୍ଷା ନେଇ ଜିଲାରେ ଚାଲିଥିବା ଆର୍ଶିବାଦ ଯୋଜନା, ବିଜୁ ଶିଶୁ ସୁରକ୍ଷା ଓ ପି.ଏମ୍‍ କେୟାର ଭଳି ଅନେକ ଯୋଜନା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଜିଲାପାଳ ଜିଲାରେ ଶିଶୁମାନେ ଯେପରି ସୁରକ୍ଷିତ ରହିପାରିବେ ଓ ସେମାନଙ୍କର ଯତ୍ନ ନେବା ଦିଗରେ ସ୍ୱେଚ୍ଛାସେବୀ ସଂଗଠନ ଓ ଅଭିଭାବକ ଓ ହଷ୍ଟେଲରେ ରହୁଥିବା ଶିଶୁମାନଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଦୃଷ୍ଟିଦେବା ଉପରେ ଗୁରୁତ୍ୱ ଦେଇଥିଲେ।

ସେହିଭଳି ବାଲ୍ୟ ବିବାହ ରୋକିବା , ଶିଶୁ ଚାଲାଣ , ଶିଶୁ ଶ୍ରମିକ ପ୍ରତି ନିଜର ରଖିବା ଲାଗି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।