ତା ୨୦.୧୨.୨୪ରିଖ “କନ୍ୟାଶିବିର” ଓ ତା୨୧.୧୨.୨୪ରିଖ “ବାଲଶିବିର”ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କନ୍ୟା ଶିବିରରେ ୩ୟରୁ ୧୦ମ ଶ୍ରେଣୀ ଭଉଣୀ ମାନଙ୍କ ସହ ଶିଶୁ ବାଟିକା ବିଭାଗର ସମସ୍ତ ଭାଇଭଉଣୀ ମିଶି ୪୬୫ ଜଣ ଅଂଶଗ୍ରହଣ କରିଥିଲେ । ସେହିପରି ବାଲଶିବିରରେ ୩ୟରୁ ୧୦ମ ଶ୍ରେଣୀ ଭାଇ ମାନଙ୍କ ସହ ୧ମ ଓ ୨ୟ ର ସମସ୍ତ ଭାଇଭଉଣୀ ମିଶି ୩୭୫ ଜଣ ଅଂଶ ଗ୍ରହଣ କରିଥିଲେ ।
ଅତିଥି ଭାବରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ, ମଙ୍ଗଳାଭୂମି ଆସୋସିଏଟ୍ସର ସହ ପରିଚାଳକ ଶ୍ରୀଯୁକ୍ତ ତାପସ କୁ. ରାଉତ,ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପାଣ୍ଡିଆ ଓ ସମ୍ପାଦକ ଶ୍ରୀଯୁକ୍ତ ପ୍ରମୋଦ କୁ.ସାହୁ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ଅତିଥି ପରିଚ଼ୟ କରିଥିଲେ ।
ଶିଶୁମାନଙ୍କ ମଧ୍ୟରେ ଅଳତା ପିନ୍ଧା, ମୂରୁଜ, ଓଡିଆ ଘରର ବୋହୁ, ମାଳିଗୁନ୍ଥା, ପୁଚି,ଧୋତିପିନ୍ଧା, ପଗଡି ପିନ୍ଧା ଆଦି ପ୍ରତିଯୋଗିତା କରାଯାଇ ପୁରସ୍କାର ଦିଆଯାଇଥିଲା । ଭାରତୀୟ ଖାଦ୍ୟପେୟ, ହିନ୍ଦୁଘରର ସ୍ୱରୂପ, ମାଣବସା, ଖୁଦୁରୁକୁଣୀ, ଭାଗବତ ଟୁଙ୍ଗୀ ଆଦି ପ୍ରଦର୍ଶନୀ କରାଯାଇଥିଲା । ବୃତ୍ତି ଭିତିକ ପ୍ରଦର୍ଶନୀ ଗୁଡିକୁ ସମସ୍ତ ଶିଶୁଭାଇ ଭଉଣୀମାନେ ପରିଦର୍ଶନ କରି କିଛି ନୂତନ ଜ୍ଞାନ ଆହରଣ କରିଥିଲେ । ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।