ଭୁବନେଶ୍ୱର,(ଏସ୍ ନ୍ୟୁଜ): ବୁଧବାର ରାଜ୍ୟ ସରକାର ନୂଆ କୋଭିଡ ଗାଇଡ ଲାଇନ ନେଇ ଘୋଷଣା କରିଛନ୍ତି । ଜୁଲାଇ ୧୬ ସକାଳ ୫ଟା ଯାଏ ରାଜ୍ୟରେ ଏଭଳି ଆଂଶିକ ଲକଡାଉନ ଜାରି ରହିବ । ଏହି ଗାଇଡ ଲାଇନରେ କାଟାଗୋରୀ ‘ଏ’ରେ ଥିବା ୨୦ ଜିଲ୍ଲାରେ କଟକଣା କୋହଳ କରିଥିବା ବେଳେ କାଟାଗୋରୀ ‘ବି’ରେ ଥିବା ୧୦ ଜିଲ୍ଲାରେ ନିୟମ ବଳବତର ରହିଛି । ହେଲେ କଟକଣା ଭିତରେ ସବୁ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । କାଟାଗୋରୀ ‘ଏ’ରେ ଥିବାରେ ୨୦ ଜିଲ୍ଲାରେ ବସ ଚଳାଚଳକୁ ମଧ୍ୟ ଅନୁମତି ମିଳିଛି । ତେବେ ଏନେଇ ମୁଖ୍ୟ ଶାସନସଚିବ ସୂଚନା ଦେଇଛନ୍ତି ।
ମୁଖ୍ୟସଚିବଙ୍କ ସୂଚନା ଅନୁସାରେ, ସଂକ୍ରମଣ କମିଥିବାରୁ କାଟେଗୋରୀ ‘ଏ’କୁ ଆଉ ୩ ଜିଲ୍ଲା ଉନ୍ନୀତ କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର । ଏହି ୩ ଜିଲ୍ଲାରେ ପଜିଟିଭିଟି ହାର ୫%କୁ କମିଥିବାରୁ କାଟେଗୋରୀ ‘ଏ’କୁ ନିଆଯାଇଛି । ପଜିଟିଭିଟି ୫ ପ୍ରତିଶତରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋ ‘ବି’ରେ ରହିଛି । ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ୍ ଆରମ୍ଭ କରାଯିବାକୁ ସରକାର ନିଷ୍ପତି ନେଇଛନ୍ତି ।
କାଟେଗୋରୀ ‘ଏ’ରେ ଥିବା ୨୦ ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼,ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ । କାଟେଗୋରୀ ‘ଏ’ରେ ଥିବା ଏହି ୨୦ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୬ଟା ଯାଏ ଦୋକାନ-ବଜାର ଖୋଲିବ ।
ଏହି ଜିଲ୍ଲାରେ ସପିଙ୍ଗ ମଲ, ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିପାରିବ । ବସରେ ଯେତିକି ସିଟ୍ ଥିବ ସେତିକି ଲୋକଙ୍କୁ ନେଇ ବସ ଚଳାଚଳ କରିପାରିବ । ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ । ଏହି ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେବ ନାହିଁ । ସପ୍ତାହର ସାତ ଦିନ ପର୍ଯ୍ୟନ୍ତ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଦୋକାନ ଖୋଲିବ । ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମିଳିବ ।
ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ଜାରି ରହିବ । ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି । ମଲ୍, ସିନେମା ହଲ୍ ଖୋଲିବ ନାହିଁ; ଯାତ୍ରା ଚାଲିପାରିବ ନାହିଁ । ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ବଳବତର ରହିବ । ବାହାଘର, ଶୁଦ୍ଧି କାର୍ଯ୍ୟରେ ଭୋଜି ଦିଆଯିବନି; ଖାଦ୍ୟ ପାର୍ସଲ ଦେବେ । କାଟେଗୋରୀ ବିରେ ଥିବା ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । କାଟେଗୋରୀ ‘ବି’ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ । ଏହି ୧୦ ଜିଲ୍ଲାରେ ମଲ୍, ପାର୍ଲର, ସ୍ପା ଛାଡ଼ି ସବୁ ଦୋକାନ ଖୋଲିବ ।
ସବୁ ସୋକାନ ସକାଳ ୬ଟାରୁ ଦିନ ୨ଟା ଯାଏ ଖୋଲିବାକୁ ଅନୁମତି । କୋଭିଡ଼ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ କାର୍ଯ୍ୟାନୁଷ୍ଠାନ ହେବ । ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି ଦିଆଯାଇଛି । ଉଠା ଜଳଖିଆ ଦୋକାନୀ ଦୋକାନ ଖୋଲିବେ, ଜିନିଷ ପାର୍ସଲ ଦେବେ । କାଟେଗୋରୀ ବିରେ ଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ । କାଟେଗୋରୀ ବି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଏବେ ଅନୁମତି ନାହିଁ । ତେବେ ଉଭୟ ଏ ଓ ବିରେ ମଲ୍, ସିନେମା ହଲ୍ ଖୋଲିବ ନାହିଁ । ଯାତ୍ରା ଚାଲିପାରିବ ନାହିଁ । ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ବଳବତର ରହିବ । ବାହାଘର, ଶୁଦ୍ଧି କାଯର୍ୟରେ ଭୋଜି ଦିଆଯିବନି; ଖାଦ୍ୟ ପାର୍ସଲ ଦେବ । ତେବେ ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ଦିଆଯାଇଛି ।