ଶ୍ରୀମନ୍ଦିରରେ କଟକଣା କୋହଳ

ପୁରୀ : ପୁରୀ ଶ୍ରୀମନ୍ଦିର ପାଇଁ କଟକଣା କୋହଳ କରାଯାଇଛି । ଫଳରେ ଚଳିତମାସ ଆସନ୍ତା ୨୧ରୁ ସାଧାରଣ ଦର୍ଶନାର୍ଥୀ ବିନା କୋଭିଡ ଟିକା ସାର୍ଟିଫିକେଟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଅନ୍ୟପକ୍ଷରେ ଅଧିକାଂଶ ଲୋକ ଡବଲ ଡୋଜ୍‌ ଭ୍ୟାକ୍ସିନ ନେଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏନେଇ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ରାଜ୍ୟରେ ଯେହେତୁ କମୁଛି, ସେନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର ।