ଖରସ୍ରୋତା ବିବାଦ ଉଗ୍ରରୂପ: ପୋଲିସ-ଜନତା ମୁହାଁମୁହିଁ

କେନ୍ଦ୍ରାପଡା, (ଏସ୍‌ ନ୍ୟୁଜ): କେନ୍ଦ୍ରାପଡା ଖରସ୍ରୋତା ବିବାଦ ଉଗ୍ରରୂପ ନେଇଛି । ମୁହାମୁହିଁ ହୋଇଛନ୍ତି ଆନ୍ଦୋନକାରୀ ଏବଂ ପୋଲସି । ବିକ୍ଷୋଭ ବେଳେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଖବର ଅନୁଯାୟୀ ଗତ ୧୦ ତାରିଖରେ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ କିଛି ନେତାଙ୍କୁ ପୋଲିସ ଉଠାଇ ନେଇଥିଲା । ଶତାଧିକ ଲୋକେ ଟାୟାର ଜାଳି ରାସ୍ତା ରୋକ କରିବା ପରେ ପୋଲିସ ପୂର୍ବତନ ଦୁଇ ବିଧାୟକ ଓ ଅନ୍ୟ କର୍ମକତ୍ତାଙ୍କୁ ଛାଡି ଥିଲା । ତେବେ ଗତକାଲି ଖରସ୍ରୋତା ବଞ୍ଚାଓ ସଙ୍ଘର ସମନ୍ୱୟ ବୈଠକ ପରେ ଆଜି ଆହୁରି ଦୃଢ଼ ବିରୋଧ କରାଯାଇଛି ।