ପାଞ୍ଚ ହଜାର କେଜି ପୋଚ ସହିତ ୨୩୦ ଲିଟର ରନ୍ଧା ମଦ ଜବତ

ଏହି ମାମଲାରେ ଅବକାରୀ ବିଭାଗ ଦୁଇଟି ପୃଥକ ମାମଲା ରୁଜ୍ଜୁ……

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ପାଞ୍ଚ ହଜାର କେଜି ପୋଚ ସହିତ ୨୩୦ ଲିଟର ରନ୍ଧା ମଦ ଜବତ ହୋଇଛି। ସୀମାନ୍ତ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆତର୍କିତ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ପାଞ୍ଚ ହଜାର କିଲୋଗ୍ରାମ ପୋଚ ନଷ୍ଟ କରିବା ସହିତ ପାଞ୍ଚଶହ ପଚାଶ ଲିଟର ରନ୍ଧା ଦେଶୀ ମଦ ଜବତ ହୋଇଛି। ଏହି କାର୍ଯ୍ୟରେ ବ୍ୟବହୃତ ହାଣ୍ଡି ଓ ପାଣି ପାତ୍ର ଜବତ କରିଛି ବଡ଼ବିଲ ଅବକାରୀ ବିଭାଗ ।

ଆରକ୍ଷୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ଅବକାରୀ oic ପୁଷ୍ପଲତା ଗୋ ସ୍ୱାମୀ ନେତୃତ୍ୱରେ ସୀମାନ୍ତ ବଡ଼ବିଲ ତହସିଲ ଅନ୍ତର୍ଗତ ସୟାବାଲି, ରୁଗୁଡି,ଉଳିବୁରୁ,ବଲାଣି ହାୟର ପୁର,ନିମ ତୁର,ଜଙ୍ଗଲରେ ଚଢ଼ାଉ କରିଛନ୍ତି। ଚାରି ହଜାର କିଲୋ ପୋଚ ଜବତ କରିବା ସହିତ ୨୩୦ ଲିଟର ଦେଶୀ ମଦ ଜବତ କରିବାରେ ସକ୍ଷମ ହୋଇଛି ବିଭାଗ । ସେହିପରି ବଡ଼ବିଲ ଥାନା ଅନ୍ତର୍ଗତ ରାଇକା ନାଳ ନିକଟରେ ଚଢ଼ାଉ କରି ପାଞ୍ଚ ହଜାର ପୋଚ ନଷ୍ଟ କରିବା ସହିତ ଦୁଇ ଶହ ଲିଟର ଦେଶୀ ମଦ ଜବତ କରିବାରେ ସକ୍ଷମ ହୋଇଛି । ଏହି ମାମଲାରେ ଅବକାରୀ ବିଭାଗ ଦୁଇଟି ପୃଥକ ମାମଲା ରୁଜ୍ଜୁ କରି ବଡ଼ବିଲ ଅବକାରୀ ବିଭାଗର କର୍ମଚାରୀ ସାମିଲ ଥିଲେ ।