କାସଭି ଖଣି ପରିସରରୁ ବାଇକ୍ ସହ ମୃତ ଦେହ ଉଦ୍ଧାର !

ଘଟଣାର ସତ୍ୟତା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ବାମେବାରୀ ପୋଲିସ୍….

ବଡ଼ବିଲ,(ସାକ୍‌ସୀ ନିୟୁଜ): ଜରି ବାହାଳ ସ୍ଥିତ କାସ୍ଭି ଖଣି ନିକଟରେ ସନ୍ଦେହ ଯନକ ଭାବରେ ବାଇକ୍ ସହ ମୃତ ଦେହ ଉଦ୍ଧାର କରିଛି ବାମେବାରୀ ପୋଲିସ୍ ଏବଂ ଦମକଳ ବାହିନୀ । ଘଟଣା ଟି କ’ଣ ହେଇଚି ତଦନ୍ତ କରୁଛି ବାମେବାର ପୋଲିସ୍‌ ।

ଆଜି ସକାଳୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିକ୍ଷେତ୍ର ବାମେବାରୀ ଥାନା ଅଧୀନରେ ଥିବା ଜରିବାହାଳ ସ୍ଥିତ କାସଭି ଖଣି ପାର୍ଶ୍ଵରେ ଖଣିଜ ସାମଗ୍ରୀ ଉତଳନ ପରେ ଖୋଲା ଛାଡ଼ି ଦିଆଯାଇଥିବା ଏକ ବଡ ଖାଲ ରେ କୌଣସି ନିରାପତ୍ତା ବ୍ୟବସ୍ଥା ନ କରାଯାଇ ଅନେକ ଦିନ ଖୋଲା ପଡ଼ି ରହିଥିବା ବେଳେ ଆଜି ସକାଳୁ OD09 R 4969 ନମ୍ବର ବିଶିଷ୍ଟ ଏକ ହିରୋ ହୋଣ୍ଡା ଗାଡ଼ି ପାଣି ଭିତରେ ଅଧା ବୁଡି ରହିଥିବା ସ୍ଥାନୀୟ ଲୋକ ଦେଖିବା ପରେ ସ୍ଥାନୀୟ ଲୋକ ବାମେବାରୀ ପୋଲିସ୍ କୁ ଖବର ଦେଇଥିଲେ ।

ବାମେବାରୀ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଖୋଜିବା ପରେ ଜଣେ ଯୁବକ ଙ୍କ ମୃତ ଦେହ ମିଳିଛି, ତେବେ ସେହି ବାଇକ୍ ଏବଂ ବାଇକ୍ ଚାଳକ ଗୁଆଲି ପଞ୍ଚାୟତ ଗଣୁଆ ଗ୍ରାମ ର ବୋଲି ଶୁଣିବାକୁ ମିଳୁଛି, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଭଳି ସନ୍ଦେହ କରୁଛନ୍ତି ଅଞ୍ଚଳ ବାସୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି, ଘଟଣାର ସତ୍ୟତା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ବାମେବାରୀ ପୋଲିସ୍।

ଏଠାରେ ପ୍ରଶ୍ନ ଉଠୁଛି ଯେ ଖଣି ଖନନ ପରେ ସଙ୍ଗେ ସଙ୍ଗେ ହୋଇଥିବା ଖାଲରେ ବାଲି କିମ୍ବା ମାଟି ଦ୍ଵାରା ପୁରଣ କରିବା ନିୟମ ରହିଥିବା ବେଳେ ଏହି ଖାଲ କିପରି ଦିର୍ଘ ଦିନ ଧରି ମୁକୁଳାପଡିଛି , ଏହା କିପରି ଖଣି କର୍ତ୍ତୃପକ୍ଷ ବା ଖଣି ବିଭାଗ ଅଧିକାରୀ ଙ୍କ ନଜରକୁ ଆସି ନାହିଁ ତାହା ଏକ ପ୍ରଶ୍ନବାଚୀ ଶୃଷ୍ଟି କରୁଚି। ଖଣି କମ୍ପାନୀ ଶୁରକ୍ଷା ପ୍ରଣାଳୀ ର ବୋର୍ଡ଼ ମାରି ଲୋକ ଓ ପ୍ରଶାଶନିକ ଅଧିକାରୀଙ୍କୁ ଭକୁଆ ବନଉଛି ନା କିଛି କାମ କରୁଛି ଏ ନେଇ ଅଞ୍ଚଳ ବସୀଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।ବଡ଼ବିଲ ରୁ ଡ଼ିମ୍ପଲ ସାଣ୍ଡିଲ ରିପୋର୍ଟ।