ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଏବଂ ରନ୍ଧା ସମାଗ୍ରୀ ଜବତ

ଉକ୍ତ ଚଢାଉ ରେ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଶ କୁମାର ମହାପାତ୍ର….

କେନ୍ଦୁଝର: ତହସିଲଦାର, ସଦର ପୋଲିସ, ଏ ପି ଆର୍ ପୋଲିସ ଏବଂ ଅବକାରୀ ବିଭାଗ ର ମିଳିତ ଚଢାଉ ବିପୁଳ ପରିମାଣର ମଦ ଜବତ କରିବା ସହ ମହୁଲ ପୋଚ ଏବଂ ରନ୍ଧା ସମାଗ୍ରୀ ଜବତ
ଆଜି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ର ଯଡି ଚାତର ଏବଂ ଧନୁର୍ଜୟ ପୁର୍ ରେ ତହସିଲଦାର, ସଦର ପୋଲିସ, ଏ ପି ଆର୍ ପୋଲିସ ଏବଂ ଅବକାରୀ ବିଭାଗ ର ମିଳିତ ସହଯୋଗରେ ତଥା ଅବକାରୀ ଅଧିକ୍ଷକ ନାରାୟଣ ମେହେର ଙ୍କ ଅଧ୍ୟକ୍ଷତାରେ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଜବତ କରିବା ସହ, ମହୁଲ ପୋଚ ଏବଂ ରନ୍ଧା ସମାଗ୍ରୀ ଜବତ କରିଛନ୍ତି

ମିଳିଥିବା ପ୍ରାପ୍ତ ସୂଚନା ଅନୁସାରେ ଯଡିଚାତର ଗ୍ରାମରେ ଗ୍ରାମ ବାସୀ ବିରୋଧ କରିବା ସତ୍ତ୍ଵେ ମଧ୍ଯ କିଛି ଅସାଧୁ ଦେଶୀ ମଦ ବ୍ୟବସାୟୀ ପୁଣି ଥରେ ମଦ ତିଆରି କରୁଥିଲେ ତେବେ ଖବର ପାଇ ଜିଲ୍ଲା ମାଜିଷ୍ଟ୍ରେଟ, ସଦର ପୋଲିସ, ଏ ପି ଆର୍ ପୋଲିସ ଏବଂ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରିଥିଲେ ଏବଂ ଯଡି ଚାତର ରୁ ୧୫୦ ଲିଟର ମହୁଲି ମଦ ଜବତ କରିବା ସହ ୧୦୦୦ କେଜି ମହୁଲ ପୋଚ ନଷ୍ଟ କରିଥିବା ବେଳେ ଧନୁର୍ଜୟ ପୁର ରୁ ୨୫୦ ଲିଟର ମହୁଲି ମଦ ଏବଂ ୨୨୦୦ କେଜି ମହୁଲ ପୋଚ ନଷ୍ଟ କରି ସର୍ବ ମୋଟ ୪୦୦ ଲିଟର ମହୁଲି ମଦ ଏବଂ ୩୨୦୦ କେଜି ପୋଚ ନଷ୍ଟ କରିଥିବା ଜଣାଯାଇଛି

ଉକ୍ତ ଚଢାଉ ରେ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଶ କୁମାର ମହାପାତ୍ର, ସଦର ଥାନା ଆଇ ଆଇ ସି ସୁନୀଲ କୁମାର କର, ଅବକାରୀ ଅଧିକ୍ଷକ ନାରାୟଣ ମେହେର, ଅବକାରୀ ଇନିସପେକ୍ଟର ବେଣୁଧର ସାମଲ, ଚନ୍ଦନ କୁମାର ମଣ୍ଡଳ ଅବକାରୀ ଓ ଆଇ ସି ରଞ୍ଜନ କୁମାର ପାତ୍ର, ଝୁମ୍ପୁରା ଓ ଆଇ ସି ଗୋବିନ୍ଦ ନାଏକ, ଚମ୍ପୁଆ ଓ ଆଇ ସି ସ୍ମିତା ବେହେରା, ପାଟଣା ଓ ଆଇ ସି ଶରତଚନ୍ଦ୍ର ବାରିକ ଅବକାରୀ ଆଇ ଏସ୍ ଆଇ ଜନାର୍ଦ୍ଦନ ପଲେଇ, ଜଗନ୍ନାଥ ଭିତିରିଆ ଙ୍କ ସମେତ ଅବକାରୀ ବିଭାଗ ର ସମସ୍ତ ଷ୍ଟାଫ୍ ମଧ୍ଯ ଉପସ୍ଥିତ ଥିଲ।