ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପରିଚାଳନା କମିଟି ଗଠିତ

ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହେଇଥିଲା….

କେନ୍ଦୁଝର : କଙ୍କଡାହାଡ଼ ବ୍ଲକ ଭେଜିଆ ଗ୍ରାମ ଜଗନ୍ନାଥ ସତସଙ୍ଗ କେନ୍ଦ୍ର ଠାରେ ଆଜି ଗତରେଇ, ଘାଗରାମୁଣ୍ଡା,କଟୁମୁଣ୍ଡା, ଭେଜିଆ,ମଝିକା,ସିନ୍ଦୁରମୁଣ୍ଡି ,ବିରିବୋଲାଇ,ସୋଲଗାଁ,ଜାଙ୍ଗୁ ଗ୍ରାମର ସତାଧିକ ଜଗନ୍ନାଥ ପ୍ରେମୀ ଏକତ୍ରିତ ହେଇ ଅଞ୍ଚଳର ଭେଜିଆ ଗ୍ରାମ ଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଏକ ପରିଚାଳନା କମିଟି ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହେଇଥିଲା ।

ସର୍ବ ସମ୍ମତି କ୍ରମେ ସଭାପତି ଭରତ ସିଂହ, ସମ୍ପାଦକ ପଙ୍କଜ ଲୋଚନ ସାହୁ,କୋଷାଧ୍ୟକ୍ଷ ସୁଶାନ୍ତ ମହାପାତ୍ର ଭାବେ ନିର୍ବାଚିତ ହେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଙ୍କନିଧି ବେହେରା, ନିରଞ୍ଜନ ନାଏକ,ଅଖିଳ ସାହୁ,ପ୍ରଭାକର ଗଡ଼ନାୟକ,କାହ୍ନୁ ଚରଣ ପ୍ରଧାନ,ଦିବାକର ବାଘ,ଧର୍ମାନନ୍ଦ ସାହୁ,ସମ୍ବୁନାଥ ପ୍ରଧାନ,ଡମ୍ବରୁ ସାହୁ,ଭଗବାନ ସିଂହ, ବିଜୟ ସାହୁ ସମସ୍ତ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।