ବି ବି ଏମ୍ କେ ସ୍ପୋର୍ଟସ କ୍ଲବ ପକ୍ଷରୁ ଏକ ଦିବସୀୟ କାଳିଆ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ଶ୍ରୀଯୁକ୍ତ ରଙ୍ଗାଧର ମହାନ୍ତ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ….

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅର୍ନ୍ତଗତ ବିଶ୍ୱନାଥ ପୁର୍ ଠାରେ ବି ବି ଏମ୍ କେ ସ୍ପୋର୍ଟସ କ୍ଲବ ପକ୍ଷରୁ ଏବର୍ଷ ର ଏକଦିବସୀୟ କାଳିଆ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି ଏହି ଅବସରରେ ଟୁର୍ଣ୍ଣାମେଣ୍ଟ ରେ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ ପଳାଶ ପୋଖରୀ ବନାମ୍ ରୋହିତ୍ xi ମଧ୍ୟରେ ହୋଇଥିଲା ଯାହାକି ପଳାଶ ପୋଖରୀ 0/2 ଗୋଲ ରେ ଆଗୁଆ ରହି ରୋହିତ୍ xi କୁ ପରାସ୍ତ କରି ଏବର୍ଷ ର ଚାମ୍ପିଆନ ହୋଇଥିଲା ତେବେ ଚାମ୍ପିୟନ ଦଳକୁ ନଗଦ ୨୦.୦୦୦ ଟଙ୍କା ସହିତ ଗୋଟିଏ ଟ୍ରଫି ଏବଂ ପରାଜିତ ଦଳକୁ ନଗଦ ୧୫.୦୦୦ ଟଙ୍କା ସହିତ ଗୋଟିଏ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ର ପ୍ରବେଶିକା ଦେୟ ୨୦୦୦ ଟଙ୍କା ରଖା ଯାଇଥିଲା

ଉକ୍ତ ଟୁର୍ନାମେଣ୍ଟ ର ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଉପସଭାପତି ଶ୍ରୀଯୁକ୍ତ ଗୋପ ରାମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ନାଏବ ସରପଞ୍ଚ ଶ୍ରୀଯୁକ୍ତ ରଙ୍ଗାଧର ମହାନ୍ତ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ

ଅନ୍ୟ ମାନଙ୍କ ମଧ୍ୟରେ ବିବି ଏମ୍ କେ ସ୍ପୋର୍ଟସ କ୍ଲବ ର ପୂର୍ବତନ ଖେଳାଳି ମହେନ୍ଦ୍ର ମହାନ୍ତ, ରାଜକିଶୋର ଦେହୁରୀ, ଦେବଦତ୍ତ ଦେହୁରୀ, ଘନଶ୍ୟାମ ମହାନ୍ତ, ମହେଶ୍ଵର ମହାନ୍ତ, ଯୋଗେଶ୍ଵର ନାଏକ, ସଚିଦାନଁଦ ଦେହୁରୀ, କଳାକର ମହାନ୍ତ, ଗୌତ୍ତମ ମହାନ୍ତ,ବସନ୍ତ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ଟୁର୍ଣ୍ଣାମେଣ୍ଟ କୁ କ୍ଲବ ର ସମସ୍ତ ସଦସ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିବା ବେଳେ ଲିପୁନ ଏବଂ ଶାନ୍ତନୁ ଭାଷ୍ଯକାର ଦାୟିତ୍ଵ ତୁଲାଇଥିଲେ