ଦୁର୍ନୀତି ନିବାରଣରେ ଏକ ପ୍ରାଦେଶିକ ସ୍ଥରର ଚିନ୍ତନ ଶିବିର ଅନୁଷ୍ଠିତ

ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିରଜା ଶଙ୍କର ମିଶ୍ର କହିଥିଲେ….

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆଜି କେନ୍ଦୁଝର ସଦର ମହକୁମାରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ,କେନ୍ଦୁଝର ଜିଲ୍ଲା ଶାଖା ତରଫରୁ ” ଦୁର୍ନୀତି ନିବାରଣରେ ସାଧାରଣ ନାଗରିକଙ୍କ କର୍ତବ୍ଯ “ଉପରେ ଏକ ପ୍ରାଦେଶିକ ସ୍ଥରର ଚିନ୍ତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଚିନ୍ତନ ଶିବିରରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ଜିଲ୍ଲା ଶାଖାର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିରଜା ଶଙ୍କର ମିଶ୍ର, ଜିଲ୍ଲା ସଂପାଦକ ଇଂ ଅଜୟ କୁମାର ସାହୁ, ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ ଜିତେନ୍ଦ୍ର ପରିଡା , ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ଶ୍ରୀଯୁକ୍ତ ପ୍ରଭୁପାଦ ମିଶ୍ର, ଶ୍ରୀଯୁକ୍ତ ନିହାର ରଞ୍ଜନ ଦାସ , ଶ୍ରୀଯୁକ୍ତ ଅଜୟ କୁମାର ମିଶ୍ର, ଶ୍ରୀଯୁକ୍ତ ଧନେଶ୍ଵର ଦାସ, ଶ୍ରୀଯୁକ୍ତ ଉମାକାନ୍ତ ଦାସ, ଏହି ଚିନ୍ତନ ଶିବିର କୁ ପରିଚାଳନା କରିଥିଲେ।

ଏହି ଚିନ୍ତନ ଶିବିରରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ଓଡିଶା ପ୍ରାଦେଶିକ ସ୍ଥରର ନେତୃ ମଣ୍ଡଳିର ପ୍ରାଦେଶିକ ସଂପାଦକ ଶ୍ରୀଯୁକ୍ତ ବିପିନ ବିହାରି ନାୟକ, ଶ୍ରୀଯୁକ୍ତ ସୁବାସ ରଥ , ଶ୍ରୀଯୁକ୍ତ ଗୋଲକ ବିହାରୀ ସିଂ, ଶ୍ରୀଯୁକ୍ତ ରବିନାରାୟଣ ରାଉତ୍, ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ, ଶ୍ରୀଯୁକ୍ତ ଆନନ୍ଦ ମହାପାତ୍ର ଉପସ୍ଥିତ ରହି ଭ୍ରଷ୍ଟାଚାର ନିବାରଣରେ ସାଧାରଣ ନାଗରିକଙ୍କ କର୍ତବ୍ଯ ବୋଧତା ଉପରେ ଆଲୋକପାତ କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିରଜା ଶଙ୍କର ମିଶ୍ର କହିଥିଲେ କେନ୍ଦୁଝର ବର୍ତ୍ତମାନ ଭ୍ରଷ୍ଟାଚାରର ପ୍ରମୁଖ ସ୍ଥାନ। ଡିଏମ୍ଏଫ ଫଣ୍ଡ କୁ ନିଜ ଇଚ୍ଛାମୁତାବକ ବ୍ୟବହାର କରି ପ୍ରସାଶନ କେନ୍ଦୁଝର ଜିଲ୍ଲାରେ ଭ୍ରଷ୍ଟାଚାରର ମୂଳଦୁଆ ପକାଇଛନ୍ତି।

ଜିଲ୍ଲା ସମ୍ପାଦକ ଇଂ ଅଜୟ କୁମାର ସାହୁ କହିଲେ ଭ୍ରଷ୍ଟାଚାରକୁ ନିବାରଣ କରିବା ଖୁବ ଶିଘ୍ର ସମ୍ଭବ ନୁହେଁ। ଏହାକୁ ପ୍ରତିହତ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତିବିଶେଷ ନିଶ୍ଚିତ ନିଜ ନିଜ ସ୍ଥରରେ ନିଜ ଘରୁ ଏକ କାର୍ଯ୍ୟ ଆରମ୍ଭ କରିବା ଦରକାର। କେନ୍ଦୁଝର ଜିଲ୍ଲା ଭ୍ରଷ୍ଟାଚାର ସଂସ୍ଥାର ଜିଲ୍ଲା ଶାଖା ଏ ବିଷୟରେ ମତ ରଖିଲେ କି ସମାଜରୁ ଭ୍ରଷ୍ଟାଚାରର ମୂଳୋତ୍ପାଟନ କରିବା ପାଇଁ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମାଞ୍ଚଳର ସ୍କୁଲ୍ , କଲେଜ ଇତ୍ୟାଦିକୁ ଯାଇ ପିଲାମାନଙ୍କୁ ଭ୍ରଷ୍ଟାଚାର ନିବାରଣ ବିଷୟରେ ତୃଣମୂଳ ସ୍ତରରୁ ସଚେତନ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରତିଶୃତିବଦ୍ଧ ହେଲେ।

ଏହି ଚିନ୍ତନ ଶିବିରରେ କେନ୍ଦୁଝର ଜିଲ୍ଲାର ବରିଷ୍ଠ ନାଗରିକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମହାନ୍ତି , ଶ୍ରୀଯୁକ୍ତ ଅମୀୟ କୁମାର ବେହେରା, ଶ୍ରୀଯୁକ୍ତ ସୁରେଶ ଦାସ, ଡକ୍ଟର ଅନିଲ କୁମାର ଦାସ, ଡକ୍ଟର ବନବିହାରୀ ମିଶ୍ର,ଶ୍ରୀଯୁକ୍ତ ଦିନର୍ଜନ ନାଏକ ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ସାହୁ ଭ୍ରଷ୍ଟାଚାର ନିବାରଣ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ।