ହାଇୱା ଧକ୍କାରେ ଦୁଇବର୍ଷର ଶିଶୁକନ୍ୟା ମୃତ

କେନ୍ଦୁଝର: ନୟାକୋଟ ଥାନା ଅନ୍ତର୍ଗତ ଧଳାଡିହି ଗ୍ରାମରେ ହାଇୱା ଧକ୍କାରେ ଦୁଇବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତକ ଶିଶୁ ହେଲେ ଧଳାଡିହି ଗ୍ରାମର ତରଣୀସେନ ବାରିକ ଙ୍କ କନ୍ୟା ଖୁସି ବାରିକ। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ।

ଘଟଣାରୁ ପ୍ରକାଶଯେ,ଗତକାଲି ଶନିବାର ଖୁସି ରାସ୍ତା ନିକଟରେ ଖେଳୁଥିବା ସମୟରେ ବ୍ରାହ୍ମଣି ନାଳ ରେ ସେତୁ ନିର୍ମାଣ କରୁଥିବା ଠିକା ସଂସ୍ଥା ପିକେ କଣ୍ଟ୍ରକସନ କୁ ବାଲି ନେଉଥିବା ଏକ (ଓଡି-୧୭-ୟାଇ-୧୪୦୫)ବିଶିଷ୍ଟ ହାଇୱା ଗାଡି ଦ୍ରୁତ ଗତିରେ ଆସି ତାଙ୍କ ଉପରେ ଚଢ଼ି ଯାଇଥିଲା।ଫଳରେ ଘଟଣା ସ୍ଥଳରେ ଖୁସି ଙ୍କ ମୃତ୍ୟୁ ଘଟିଛି।

ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ମୃତଦେହକୁ ରଖି ଫୁଲଝର ଠାରୁ ଧଳାଡ଼ିହି ରାସ୍ତାକୁ ଅବରୋଧ କରିଥିଲେ।ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।କେନ୍ଦୁଝର ଜିଲ୍ଲା ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ ସା କ୍ ସୀ ନ୍ୟୁଜ୍।