ଦିଲ୍ଲୀରେ ବମ୍ପର ବିଜୟ ପରେ କେନ୍ଦୁଝର ବିଜେପି ପାଳିଲା ବିଜୟ ଉତ୍ସବ

କେନ୍ଦୁଝର: ବିଜେପିର ଦିଲ୍ଲୀରେ ଜବରଦସ୍ତ ବିଜୟ ପରେ କେନ୍ଦୁଝର ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି । ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଶହଶହ ବିଜେପି କାର୍ଯ୍ୟକର୍ତ୍ତା ବାଜା ବଜାଇ ବାଣ ଫୁଟାଇ ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିଛନ୍ତି । ବିଧାୟକ ପାଟଣା ନିଜେ ଉତ୍ସାହିତ ହୋଇ ଝାଞ୍ଜ ବଜାଇ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ମହିଳା କାର୍ଯ୍ୟକର୍ତ୍ତା ମାନେ ଦଳୀୟ ପତାକା ଧରି ନାଚି ନାଚି ଲୋକଙ୍କୁ ବିଜୟ ଶୁଭେଚ୍ଛା ଜଣାଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ପୂର୍ବତନ ଜିଲ୍ଲା ସଭାପତି ଏବଂ କେନ୍ଦୁଝରଗଡ଼ ନଗର ସଭାପତି ଉପସ୍ଥିତ ଥିଲେ ।

11:11 AM