ନିଗମା ମିସେସ୍ ୟୁନିଭରସ ୨୦୨୨ଟାଇଟଲ ହାସଲ କଲେ କେନ୍ଦୁଝର ଜିଲ୍ଲା ବଡବିଲର ଅଗମପ୍ରୀତ୍ ସିଦ୍ଧୁ
ଥାଇଲାଣ୍ଡରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ହେଲେ ଏନିଗମା ମିସେସ୍ ୟୁନିଭରସ
କେନ୍ଦୁଝର : ବଡବିଲର ଅଗମପ୍ରୀତ୍ ସିଦ୍ଧୁ ଥାଇଲାଣ୍ଡରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ହେଲେ ଏନିଗମା ମିସେସ୍ ୟୁନିଭରସ ୨୦୨୨ l ଥାଇଲାଣ୍ଡର ଦେଶର ବିଶ୍ଵ ପର୍ଯୟଟନ ପାଇଁ ପ୍ରସିଦ୍ଧ ପଟ୍ଟାୟା ସହରରେ ଏନିଗମା ମିସ୍ ଓ ମିସେସ୍ ୟୁନିଭରସ ୨୦୨୨ ପ୍ରତିଯୋଗିତା ଶେଷ ହୋଇଛି l ଏହି ସୁନ୍ଦରୀ ପ୍ରତିଯୋଗୀତାରେ ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀ ମାନଙ୍କୁ ନେଇ ଆୟୋଜନ କରାଯାଇଥିଲା l ଏନିଗମା ମିସେସ୍ ୟୁନିଭରସ ୨୦୨୨ ବିଭାଗରେ ଭାରତ ପାଇଁ ଅଗମପ୍ରୀତ୍ ସିଦ୍ଧୁ ଯୋଗ୍ୟ ବିବେଚିତ ପ୍ରତିନିଧିତ୍ଵ କରିବାର ସୁଯୋଗ ପାଇଥିଲେ l
ପ୍ରତିଯୋଗିତାରେ ଅଗମପ୍ରୀତ୍ ସିଦ୍ଧୁ ସମସ୍ତ ବିଭାଗରେ ଶେଷ୍ଠ ପ୍ରଦର୍ଶନ କରି ଏନିଗମା ମିସେସ୍ ୟୁନିଭରସ ୨୦୨୨ ଟାଇଟଲ ହାସଲ କରିଛନ୍ତି l ଟାଇଟଲ ହାସଲ ଖବର ମିଳିବା ପରେ ଶୁଭେଚ୍ଛା ଓ ସମ୍ପର୍କୀୟ ଆନନ୍ଦର ଲହରୀ ଖେଳିଯାଇଛି ଓ ସମସ୍ତେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି l ଆତ୍ମବିଶ୍ୱାସରେ ଭରପୁର ଅଗମପ୍ରୀତ୍ ସିଦ୍ଧୁ ଆଗାମୀ ସୁନ୍ଦରୀ ପ୍ରତିଯୋଗିତା ଦୁବାଇରେ ମଧ୍ଯ ଅଂଶଗ୍ରହଣ କରିବାକୁ ସ୍ଥିର କରିଥିବା କହିଛନ୍ତି l