କେନ୍ଦୁଝର ଜିଲ୍ଲାର ସିଡିପିଓଙ୍କ ଦୁର୍ବ୍ୟବହାର ଅଭିଯୋଗ, ବଦଳି ଦାବିକଲା ଅଙ୍ଗନବାଡ଼ି ସଂଘ
ସରକାର ସବୁ ଅଙ୍ଗନବାଡ଼ି ସେଣ୍ଟର କୁ ସ୍ୱତନ୍ତ୍ର କ୍ଷମତା…
କେନ୍ଦୁଝର : ସରକାର ସବୁ ଅଙ୍ଗନବାଡ଼ି ସେଣ୍ଟର କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି । ପ୍ରତି ଅଙ୍ଗନବାଡ଼ି ସେଣ୍ଟରକୁ ପ୍ରଦାନ କରାଯାଉଥିବା ଅର୍ଥରାଶିକୁ ସରକାରୀ ନିୟମ ମୁତାବକ ଅଙ୍ଗନବାଡି ୱାର୍କର ଖର୍ଚ୍ଚ କରିପାରିବେ । କିନ୍ତୁ ଏହି ପ୍ରଦତ୍ତ ରାଶିକୁ ପାଟଣା ବ୍ଲକ ସିଡିପିଓ ମାଗୁ ଥିବା ଅଭିଯୋଗ ହୋଇଛି । ଏହା ସହ ଉକ୍ତ ରାଶିରେ ସେ ନିଜେ କିଟ ଓ ଡ୍ରେସ କିଣିବା ନେଇ ଜୋର ଜବରଦସ୍ତ କରୁଥିବା ଅଭିଯୋଗ କରିଛନ୍ତି ଅଙ୍ଗନବାଡି ୱାର୍କର ।
ଏନେଇ ଅଭିଯୋଗ କରିବାରୁ ସମସ୍ତ ଅଙ୍ଗନବାଡି ୱାର୍କରଙ୍କୁ ଦୁର୍ବ୍ୟବହାର କରିବା ସହ ଘର ଲୋକଙ୍କ ନାମରେ ଅପଶବ୍ଦ ମେସେଜ ମୋବାଇଲକୁ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ଅଙ୍ଗନବାଡି ସଂଘ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ସାତ ଦିନ ମଧ୍ୟରେ ପାଟଣା ବ୍ଲକ ସିଡିପିଓଙ୍କୁ ଅନ୍ୟତ୍ର ବଦଳି ନକଲେ ଅଫିସକୁ ତାଲା ମାରି ବନ୍ଦ କରିବାକୁ ଚେତାବନୀ ଦେଇଛି ଅଙ୍ଗନବାଡି ସଂଘ । ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେହେଁ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି ।